ବିମାନବନ୍ଦରରେ ବସି ମେ‌କଅପ ନେଲେ କରୀନା କପୁର ଖାନ୍, ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା କାରଣ…

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କର ଏକ ଭିଡିଓ ‌ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିମାନବନ୍ଦରରେ ବସି ମେକଅପ ନେଉଥିବାର ଦେଖାଯାଉଛି। ଭିଡିଓଟି ଭାଇରାଲ‌ ହେବା ପରେ କୌଣସି ଭ୍ୟାନିଟି ଭ୍ୟାନ୍ ବା ନିଜ ଘ‌ରେ ମେକଅପ ନ ନେଇ କରୀନା କ’ଣ ପାଇଁ ବିମାନବନ୍ଦରରେ ମେକଅପ ନେଲେ, ସେ ପ୍ରଶ୍ନ ଜୋର ଧରିଥିଲା। କିନ୍ତୁ ଭିଡିଓ ଭାଇରାଲର କିଛି ସମୟ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, କରୀନାଙ୍କ ସଂପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହ ଥିବା ବେଳେ କରୀନାଙ୍କୁ ପୂର୍ବଦିନ ବେଙ୍ଗାଲୁରୁ ଯିବାକୁ ପଡ଼ିଥିଲା। ଏକ ଇଭେଣ୍ଟ ପାଇଁ ସେ ବେଙ୍ଗାଲୁରୁ ଯାଇଥିବା ବେଳେ ଫେରିବା ସମୟରେ ବିଳମ୍ବ ହେବାରୁ ସେ ବେଙ୍ଗାଲୁରୁ ବିମାନବନ୍ଦରରେ ମେକଅପ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଭିଡିଓରେ ତାଙ୍କର କେଶ ସଜ୍ଜା ଓ ମେକଅପ କରାଯାଉଥିବା ଦେଖାଯାଇଛି। ଏହା ସହ ସେ ଲାଲ ରଙ୍ଗର ପୋଷାକ ମଧ୍ୟ ପିନ୍ଧିଛନ୍ତି। ଭିଡିଓଟି କରୀନାଙ୍କ ଇନଷ୍ଟା ପେଜରେ ସେୟାର କରାଯାଇଛି, ଯାହା ଏବେ ଖୁବ୍ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର