ସାବତ ମାଆ ଓ ଝିଅ ନୁହଁନ୍ତି ବନ୍ଧୁ ପରି ରହନ୍ତି ଏହି ଦୁଇ ନାୟିକା; କରୀନାଙ୍କୁ ଗୁରୁମାଆ କରି ଚର୍ଚ୍ଚାରେ ସାରା

ମୁମ୍ବାଇ: ବୋଧ୍‌ହୁଏ ଏହା ପ୍ରଥମ, ସାବତ ମାଆ ଓ ଝିଅଙ୍କ ମଧ୍ୟରେ ସୁସଂପର୍କ ଏକ ଚମତ୍କାର ନିଶ୍ଚୟ! ମାତ୍ର ଏପରି ଚମତ୍କାର ଆପଣଙ୍କ ସମ୍ମୁଖରେ। ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତାଙ୍କ ସ୍ୱାମୀ ସୈଫ୍‌ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ସହ ଖୁବ୍‌ ଭଲ ସଂପର୍କ ରଖିଥିବା ଖବର ରହିଛି। ସେ ଦୁହିଙ୍କ ସଂପର୍କକୁ ଦେଖିଲେ ସାବତ ମାଆ ଓ ଝିଅ ନୁହେଁ ବରଂ ଦୁଇ ବନ୍ଧୁଙ୍କ ସଂପର୍କ ପରି ମନେ ହୁଏ। ଏକଥା ଆପଣ ଜାଣିଥିବେ ନିଶ୍ଚୟ ଯେ ସାରା ଅଲ୍ଲି ଖାନ ଓ କରୀନାଙ୍କ ମଧ୍ୟରେ ଖୁବ୍‌ ଭଲ ପଡ଼େ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସାରା ନିଜର ବଲିଉଡ୍‌ ଡେବ୍ୟୁ ପାଇଁ କରୀନାଙ୍କୁ ନିଜର ଗୁରୁମାଆ ମାନିଛନ୍ତି। ବଲିଉଡ୍‌ରେ ନିଜର କ୍ୟାରିୟର୍‌ ଗଢ଼ିବା ପୂର୍ବରୁ ସେ କରୀନାଙ୍କଠାରୁ ଅନେକ ପରାମର୍ଶ ଓ ଉପଦେଶ ସାଉଁଟିଛନ୍ତି।

ଆପଣଙ୍କ ସୂଚନା ଶକାଶେ ଜାଣାଇ ଦେଉଛୁ ଯେ ‘କେଦାରନାଥ’ରେ ସାରାଙ୍କ ଲୁକ୍‌ରେ କରୀନା ସନ୍ତୁଷ୍ଟ ନୁହଁନ୍ତି। ସେଥିପାଇଁ ସାରାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ସିମ୍ବା’ରେ ହେୟାର୍‌ ଷ୍‌ାଇଲ୍‌ ଓ ମେକ୍‌ଅପ୍‌ର ଦାୟିତ୍ୱ ନେଇଛନ୍ତି କରୀନା।

ଉଲ୍ଲେଖଯୋଗ୍ୟ, ସାରା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ‘କେଦାର୍‌ନାଥ’ରେ ନଜର ଆସିବେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର୍‌। ସାରାଙ୍କ ‘ସାମ୍ବା’ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟକ ସାଜିବେ ରଣବୀର ସିଂହ।

ସମ୍ବନ୍ଧିତ ଖବର