‘ବୀରା ଦି େଓ୍ଵଡିଂ’ରେ ଜଲଓ୍ଵା ଦେଖାଇବେ କରୀନା

ଅଭିନେତ୍ରୀ କରିନା କପୁର୍‌ ୨୦୧୬ ମସିହାରେ ତାଙ୍କ ପୁଅ ତୈମୂର ଅଲ୍ଲି ଖାଁଙ୍କ ଜନ୍ମ ପରେ ପରେ ଅଭିନୟରୁ କିଛିଦିନ ଦୂରରେ ରହିଥିଲେ। ଏବେ ସେ ଫେରୁଛନ୍ତି ‘ବୀରା ଦି େଓ୍ଵଡିଂ’ ଜରିଆରେ। ଏଥିରେ ତାଙ୍କ ସହିତ ଅଛନ୍ତି ସୋନମ୍‌ କପୁର୍‌। ଫିଲ୍ମଟି ଜୁନ୍‌ ୧ ତାରିଖରେ ରିଲିଜ୍‌ ହେବାର ଅଛି। ଏ ଫିଲ୍ମର କିଛି ଫଟୋ ଓ ଦୃଶ୍ୟ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇ ଯାଇଛି। ସେଥିରୁ ଜଣା ଯାଉଛି ଯେ ମାଆ ହେବାପରେ ମଧ୍ୟ କରିନାଙ୍କ ସୌନ୍ଦର୍ଯ୍ୟ ଆଦୌ ମଳିନ ପଡ଼ିନାହିଁ। ବରଂ ସେ ଆହୁରି ଚମକୁଛନ୍ତି। କେବଳ ସେତିକି ନୁହେଁ, ସେ ଆଧୁନିକ ପୋଷାକରେ ମଧ୍ୟ ପୂର୍ବଭଳି ସହଜ ଜଣା ପଡୁଛନ୍ତି। ଅନେକ ତ କହୁଛନ୍ତି ଯେ ଆତ୍ମବଳର ଶକ୍ତି କେତେ, ଅନ୍ୟ ଅଭିନେତ୍ରୀମାନେ ତାହା କରିନାଙ୍କଠୁ ଶିଖିବା ଉଚିତ। ବାହା ହୋଇଯିବା ପରେ ଜଣେ ଅଭିନେତାର ଚାହିଦା ଯଦି ଆଦୌ କମୁନାହିଁ, ତେବେ ଜଣେ ଅଭିନେତ୍ରୀ କାହିଁକି ଭାବିବ ଯେ ତା’ କ୍ୟାରିୟର୍‌ ଖତମ୍‌ ହୋଇଗଲା!!

ସମ୍ବନ୍ଧିତ ଖବର