ନିଜର ଗୁପ୍ତ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଚର୍ଚ୍ଚା କରିଥାନ୍ତି କରୀନା, ନିଜେ ଜଣାଇଲେ ଗ୍ରୁପ୍‌ର ନାଁ

0 826

ମୁମ୍ବାଇ: ପରିବାର ସହ ଛୁଟି କଟାଇ ଏବେ ମୁମ୍ବାଇ ଫେରି ନିଜ କାମରେ ଯୋଗ ଦେଇଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌ । ଏବେ ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜର ରେଡ଼ିଓ ସୋ’ ହ୍ଵାଟ୍‌ ଉମେନ୍‌ ଓ୍ଵାଣ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ସୋ’ରେ ସେ ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ ଦେବା ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା କରିଛନ୍ତି । ନିଜର ଆଗାମୀ ଅଧ୍ୟାୟରେ ସେ ନିଜ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ବିଷୟରେ ଜଣାଇଛନ୍ତି । ଅନ୍ୟମାନଙ୍କ ଭଳି ନିଜ ସାଙ୍ଗମାନଙ୍କ ସହ ମିଶି ସେ ମଧ୍ୟ ଅନ୍ୟ ଉପରେ ଚର୍ଚ୍ଚା କରନ୍ତି ବୋଲି ସ୍ୱୀକାର କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ମୁଁ ଏବଂ ମୋର ଯେତେ ବି ଭଲ ବନ୍ଧୁ ଅଛନ୍ତି ସମସ୍ତେ ମିଶି ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ କରିଛୁ । ଯାହାର ନାଁ ରହିଛି ଗଟ୍‌ସ(ସାହାସ) । ଏହି ଗ୍ରୁପ୍‌ରେ ଆମେମାନେ ଅନ୍ୟମାନଙ୍କ ପୋଷାକ ଉପରେ ଚର୍ଚ୍ଚା କରିଥାଉ । ଏହାକୁ ହିଁ ବନ୍ଧୁତା କୁହାଯାଏ । ଯେଉଁଠି କିଛି କହିବା ପୂର୍ବରୁ ଭାବିବାକୁ ପଡ଼େ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.