ଈଶାଙ୍କ ପ୍ରି-ଓଏଡିଂ ଉତ୍ସବରେ ସ୍ୱାମୀ ଅଭିଷେକଙ୍କ ସହ ନିର୍ବନ୍ଧ ହୋଇ ଭାଙ୍ଗି ଯାଇଥିବା ଅଭିନେତ୍ରୀଙ୍କ ସହ ନାଚିଲେ ନୀଳନୟନା, ଭିଡିଓ ଭାଇରାଲ

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ତନୟା ଈଶା ଅମ୍ବାନୀଙ୍କ ବିବାହ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ହେବାକୁ ଯାଉଛି । ବିବାହ ପୂର୍ବରୁ ଉଦୟପୁରଠାରେ ସଙ୍ଗୀତ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯେଉଁଥିରେ ଅନେକ ବଡ଼ ବଡ଼ କଳାକାରମାନେ ଯୋଗ ଦେଇ ନଜର ଆସିଛନ୍ତି। ଈଶାଙ୍କ ପ୍ରି-ଓଏଡିଂ ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି ।

ଏ ସବୁ ମଧ୍ୟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ନିର୍ବନ୍ଧ ହୋଇ ଭାଙ୍ଗି ଯାଇଥିବା ଅଭିନେତ୍ରୀଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି। ସେ ଅଭିନେତ୍ରୀ ଜଣକ ହେଉଛନ୍ତି କରିସ୍ମା କପୁର୍‌, ଯାହାଙ୍କ ସହ ଅତୀତରେ ଅଭିଷେକ ବଚ୍ଚନଙ୍କ ନିର୍ବନ୍ଧ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓ ମଧ୍ୟରୁ ଗୋଟେ ଭିଡିଓରେ ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ କରିସ୍ମା କପୁର ଧୁମ୍‌ ନାଚୁଥିବାର ଦେଖିବାକୁ ମିଳିଛି। ଏହି ୩ ଷ୍ଟାର୍‌ ‘ସୋନୁ କି ଟିଟୁ କି ସ୍ୱିଟି’ ଫିଲ୍ମର ଗୀତ ‘ଦିଲ୍‌ ଚୋରି ସାଡ଼ା ହୋ ଗୟା’ରେ ନାଚୁଥିବାର ଦେଖା ଦେଇଛି। ନାଚୁଥିବା ସମୟରେ ଐଶ୍ୱର୍ଯ୍ୟା କରିସ୍ମାଙ୍କ ହାତ ଧରି ତାଙ୍କୁ ବୁଲାଇ ଦେଉଛନ୍ତି। ଭିଡିଓରେ ଅଭିଷେକ କରିସ୍ମାଙ୍କୁ ଅଣଦେଖା କରୁଥିବାର ଦୃଶ୍ୟ କଏଦ୍‌ ହୋଇଛି। ତେବେ ଅମ୍ବାନୀଙ୍କ ବିବାହ ଉତ୍ସବରେ ଏହି ୩ ଜଣଙ୍କ ମଧ୍ୟରେ ଥିବା ଦୂରତା ସାମାନ୍ୟ କମି ଯାଇଛୀ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର