୫୨ବର୍ଷ ବୟସରେ ତୃତୀୟ ଥର ବାପା ହେବାକୁ ଯାଉଛନ୍ତି କରିସ୍ମାଙ୍କ ପୂର୍ବ ସ୍ୱାମୀ ସଞ୍ଜୟ କପୁର, ଏପର୍ଯ୍ୟନ୍ତ କରି ସାରିଛନ୍ତି ୩ଟି ବିବାହ

ମୁମ୍ବାଇ: ୩ଟି ବିବାହ କରିବା ପରେ ଏବେ ୫୨ବର୍ଷ ବୟସରେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ସ୍ୱାମୀ ସଞ୍ଜୟ । ୨୦୧୬ରେ କରିସ୍ମା ଏବଂ ସଞ୍ଜୟ ନିଜର ୧୩ବର୍ଷର ବିବାହ ବନ୍ଧନକୁ ଶେଷ କରିବା ସହ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଯାହା ପରେ ସଞ୍ଜୟ ନିଜ ପ୍ରେମିକା ପ୍ରିୟା ସଚ୍‌ଦେବାଙ୍କୁ ବିବାହ କରିଥିଲେ । ଏବେ ସଞ୍ଜୟ ତୃତୀୟ ଥର ବାପା ହେବାକୁ ଯାଉଥିବା ଖବର ମିଳିଛି ।

Pinterest

ସୂଚନା ମୁତାବକ, ପୂର୍ବରୁ କରିସ୍ମା ଏବଂ ସଞ୍ଜୟଙ୍କ ଝିଅ ସମାଇରା ଏବଂ ପୁଅ କିଆନ ଥିବା ବେଳେ ଏବେ ପ୍ରିୟା ଗର୍ଭବତୀ ଥିବାରୁ ସେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ତେବେ ଦୁହିଁଙ୍କ ଛାଡ଼ପତ୍ର ପରେ ସମାଇରା ଏବଂ କିଆନଙ୍କ କଷ୍ଟଡ଼ି କରିସ୍ମାଙ୍କୁ ମିଳିଥିଲା । ସମାଇରା ଏବଂ ପୁଅ କିଆନ କରିସ୍ମାଙ୍କ ପାଖରେ ରହୁଥିଲେ ମଧ୍ୟ ଅନେକ ସମୟରେ ସଞ୍ଜୟଙ୍କୁ ସମାଇରା ଏବଂ କିଆନଙ୍କ ସହ ସମୟ ବିତାଉଥିବାର ଦେଖା ଯାଇଥାଏ । କରିସ୍ମାଙ୍କ ପୂର୍ବରୁ ସଞ୍ଜୟ ଡ଼ିଜାଇନର ନନ୍ଦିତା ମହତନୀଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୦୩ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର