# ମି ଠୁକୁ ନେଇ ମୁହଁ ଖୋଲିଲେ କରିସ୍ମା

0 3,638

ନୂଆଦିଲ୍ଲୀ: ବଲିଉଡ୍‌ରେ # ମି ଠୁ ଅଭିଯାନରେ ବଡ଼ବଡ଼ ସେଲବ୍ରିଟିମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯାଗ ଆସିଥିଲା। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌, ବିକାଶ ବହଲ, ଆଲୋକ ନାଥ, ରଘୁ ଦିକ୍ଷିତ୍‌, ନାନା ପାଟକର ଭଳି ଅନ୍ୟ ବଡ଼ବଡିଆଙ୍କ ନାମ ସାମିଲ ଥିଲା। ଏମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ବିଭିନ୍ନ ପ୍ରୋଜେକ୍ଟରୁ ହଟାଇ ଦିଆଯାଇଥିଲା। ଏହାପରେ ବଡ଼ବଡ଼ ସେଲିବ୍ରିଟିମାନେ ଏହି ଅଭିଯାନକୁ ସମର୍ଥନ ବି କରିଛନ୍ତି।

ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଅଭିନେତ୍ରୀ କରିସ୍ମା କପୁର କହିଥିଲେ, ଯୌନନିର୍ଯାତନା ଦେଇଥିବା ଯେଉଁ କଳାକାରଙ୍କ ନାମ ସାମ୍ନାକୁ ଆସିଥିଲା ସେସେବୁ ଶୁଣି ସେ ଆଶ୍ଚର୍ଯ୍ୟଚକିତ ହୋଇ ରହିଯାଇଥିଲେ। ସେ ଏଭଳି ଅଭିଯୋଗ ଆଣିଥିବା ମହିଳାମାନଙ୍କୁ ସମର୍ଥନ କରୁଛି ଯେଉଁମାନେ ନିଜ ସହ ଘଟିଥିବା ଘଟଣାକୁ ସାହାସର ସହ ସାମ୍ନାକୁ ଆଣୁଛନ୍ତି। ଯାହାଙ୍କ ସହିତ ଏଭଳି ଘଟଣା ଘଟିଛି ସେମାନେ ଚୁପ୍‌ ନ ରହି ସାମ୍ନାକୁ ଆସିବା ଉଚିତ। ଦୋଷୀକୁ ଦଣ୍ଡ ମିଳିବା କଥା, ନଚେତ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.