‘ପଦ୍ମାବତ’ ପରେ ‘ମଣିକର୍ଣ୍ଣିକା’କୁ କର୍ଣ୍ଣି ସେନାର ବିରୋଧ, କଡ଼ା ଜବାବ ଦେଲେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଏହି ଫିଲ୍ମକୁ ବିରୋଧ କରିବା ଆରମ୍ଭ କରିଛି କର୍ଣ୍ଣି ସେନା । ଫିଲ୍ମ ‘ପଦ୍ମାବତ’ ପରେ ଏବେ ‘ମଣିକର୍ଣ୍ଣିକା’କୁ ନେଇ ବିରୋଧ କରିବା ଆରମ୍ଭ କରିଛି। ଫିଲ୍ମକୁ ରିଲିଜ୍‌ କରାଗଲେ ଏହାର ଫଳାଫଳ ଭୟାବହ ହେବ ବୋଲି ସେନା ପକ୍ଷରୁ ଦିଆଯାଇଛି। ତେବେ, ଧମକ ପାଇ ଚୁପ୍‌ ହୋଇ ବସିନାହାନ୍ତି ଅଭିନେତ୍ରୀ କଙ୍ଗ୍‌ନା। ସେମାନଙ୍କୁ କଙ୍ଗ୍‌ନା କଡ଼ା ଜବାବ ଦେଇଛନ୍ତି।

oneindia.com

କଙ୍ଗ୍‌ନାଙ୍କ କହିବା କଥା ହେଲା, ‘ଫିଲ୍ମକୁ ରିଲିଜ୍‌ କରିବା ପାଇଁ ସେଣ୍ଟ୍ରାଲ ବୋର୍ଡ଼ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌(ସିବିଏଫ୍‌ସି)ରୁ ଅନୁମତି ମିଳି ସାରିଛି । ଏ ବିଷୟରେ ଆମେ କର୍ଣ୍ଣି ସେନାକୁ ଜଣାଇବା ପରେ ମଧ୍ୟ ସେମାନେ ବିରୋଧ କରିବା ସହ ଧମକ ଦେବାରେ ଲାଗିଛନ୍ତି । ଯଦି ସେମାନେ ଏପରି କରିବା ବନ୍ଦ ନ କରନ୍ତି, ତେବେ ମୁଁ ମଧ୍ୟ ଜଣେ ରାଜପୁତ୍‌ । ଯଦି ସେମାନେ ଫିଲ୍ମ ରିଲିଜ୍‌ କରିବାରେ କୌଣସି ଅସୁବିଧା ସୃଷ୍ଟି କରନ୍ତି ବା ମୋତେ କୌଣସି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସମସ୍ତଙ୍କୁ ଧ୍ୱଂସ କରିଦେବି।’ ତାଙ୍କର ଏଭଳି କଡ଼ା ଜବାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର