ଏହି କାରଣରୁ ସୋନୁଙ୍କ ହାତରୁ ଖସିଗଲା କରଣ ଜୋହରଙ୍କ ଫିଲ୍ମ 

ମୁମ୍ବାଇ : କିଛି ଦିନ ତଳେ ଖବର ଆସିଥିଲା ବ୍ଲକ୍‌ବଷ୍ଟର ଫିଲ୍ମ ‘ସୋନୁକି ଟିଟୁ କି ସ୍ୱିଟି’ର ସଫଳତା ପରେ ଏବେ ବଡ଼ ବଡ଼ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଯାଉଛନ୍ତି ସୋନୁ ଓରଫ୍‌ କାର୍ତ୍ତିକ୍‌ ଆର୍ୟନ । କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ କାର୍ତ୍ତିକ୍‌ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଫିଲ୍ମରେ ସେ କରୀନାଙ୍କ ବିପକ୍ଷରେ ନଜର ଆସିବାକୁ ଥିବା ବେଳେ ଏବେ ତାଙ୍କ ସ୍ଥାନରେ ଅକ୍ଷୟ କୁମାରଙ୍କୁ ନିଆଯାଇଥିବା ଜଣା ପଡ଼ିଛି । ସୂଚନା ମୁତବକ, କାର୍ତ୍ତିକଙ୍କୁ ପ୍ରଥମେ ଏହି ଫିଲ୍ମରେ ନିଆଯିବ ବୋଲି କରଣ ନିଷ୍ପତ୍ତିି ନେଇଥିବା ଖବର ଆସିଥିଲା ।

NewsX

କିନ୍ତୁ କୌଣସି ଚୁକ୍ତି ନ ହେବା ପୂର୍ବରୁ କାର୍ତ୍ତିକ୍‌ଙ୍କ ପିଆର୍‌ ଟିମ୍‌ ଫିଲ୍ମରେ କାର୍ତ୍ତିକ୍‌ ଅଭିନୟ କରିବା ଖବର ଲୋକଲୋଚନକୁ ଆଣିଥିବାରୁ ରାଗରେ କରଣ କାର୍ତ୍ତିକଙ୍କ ସ୍ଥାନରେ ଅକ୍ଷୟଙ୍କୁ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର