ଏହି ନୂଆ ଅଭିନେତା ଦାବି କରୁଛନ୍ତି ତିନି କୋଟି

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାର୍‌ କା ପଂଚନାମା’ ଓ ‘ସୋନୁ କି ଟିଟୁ କି ସ୍ୱିଟି’ର ସଫଳତା ପରେ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଜଣେ ନାୟକ। ସେ ହେଲେ କାର୍ତ୍ତିକ ଆର୍ଯ୍ୟନ୍‌।
କାର୍ତ୍ତିକ ଆର୍ଯ୍ୟନ ଆଉ ଦର୍ଶକ ମହଲରେ ଅପରିଚିତ ନୁହଁନ୍ତି। ଏଇ ନିକଟରେ ଚର୍ଚ୍ଚା ହେଉଥିଲା ଯେ କାର୍ତ୍ତିକଙ୍କୁ ଜଣେ ନିର୍ମାତା କରିନା କପୁର ଖାନଙ୍କ ବିପକ୍ଷରେ ନାୟକ ହେବାର ମଧ୍ୟ ଅଫର୍‌ ଦେଇଥିଲେ। କିନ୍ତୁ ପ୍ରଯୋଜକଙ୍କୁ କାର୍ତ୍ତିକ ଯେତିକି ପରିମାଣର ପାରିଶ୍ରମିକ ଦାବି କରିଲେ, ତାହା ଶୁଣି ବିସ୍ମିତ ହୋଇଗଲେ।

ପ୍ରାପ୍ତ ସୂଚନା ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ପ୍ରତିଟି ସିନେମା ପାଇଁ ୩ କୋଟି ଟଙ୍କା ଦାବି କରୁଛନ୍ତି। ‘ପ୍ୟାର୍‌ କା ପଂଚନାମା’ ଫିଲ୍ମର ନିର୍ଦ୍ଦେଶକ ଲଭ ରଂଜନ, ପ୍ରଯୋଜକ କୁମାର ମଙ୍ଗତ ଓ ଅଭିଷେକ ପାଠକ ଏହାର ତୃତୀୟ ଭାଗ ନିର୍ମାଣ କରିବା ପାଇଁ କାର୍ତ୍ତିକଙ୍କ ପାଇଁ ପ୍ରଯୋଜକଙ୍କଠାରୁ ୩ କୋଟି ଟଙ୍କା ଦାବି କରିଲେ।

photo-mensxp.com

ନିର୍ଦ୍ଦେଶକ ଲଭ ରଂଜନଙ୍କର ଦୁଇଟି ସିନେମାରେ କ୍ରମାଗତଭାବେ କାମ କରିଛନ୍ତି। ତା’ ସତ୍ତ୍ୱେ କାର୍ତ୍ତିକ ଏତେ ପରିମାଣର ଅର୍ଥ ଦାବି କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ‘ ପ୍ୟାର୍‌ କା ପଂଚନାମା’ ପାଇଁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ ମିଳିଥିଲା ମାତ୍ର ୩୫ ଲକ୍ଷ ଟଙ୍କା। କିନ୍ତୁ ପ୍ରଯୋଜକ ଅନୁଭବ କରିଲେଣି ଯେ କାର୍ତ୍ତିକଙ୍କର ମାର୍କେଟ୍‌ ପ୍ରାଇସ୍‌ ବଢିଯାଇଛି। ଏଣୁ ଏହି ସିନେମା ଲାଗି କିଛି ଏକ ବାଟ ଫିଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର