ସଲମାନ୍‌ଙ୍କୁ ଦେଖିବାକୁ ଯାଇ ଲାଠିମାଡ଼ର ଶିକାର ହୋଇଥିଲେ କାର୍ତ୍ତିକ ଆର୍ଯ୍ୟନ !

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ବଲିଉଡର ଜଣେ ଲୋକପ୍ରିୟ ନାୟକ। ବିଶେଷକରି ତାଙ୍କ ଅଭିନୀତ ସିନେମା ‘ସୋନୁ କେ ଟିଟୁ କି ସୁଇଟି’ ୧୫୫ କୋଟି ଟଙ୍କାର କଲେକ୍‌ସନ କରିବା ପରେ କାର୍ତ୍ତିକ ଜଣେ ହଟଷ୍ଟାରର ମାନ୍ୟତା ପାଇଲେ।

କାର୍ତ୍ତିକ କହିଛନ୍ତି ଯେ, ତାଙ୍କର ପିଲାଦିନରୁ ହିରୋ ହେବାର ସ୍ୱପ୍ନ ଥିଲା। ସେ ମୁମ୍ବାଇ ଆସି କଲେଜରେ ଆଡମିସନ୍‌ ନେଇଥିଲେ। ସେ ସମୟରୁ ହିଁ ସେ ହିରୋ ହେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ।

ସେହି ସମୟର ଏକ ବଡ଼ ଅଘଟଣ ସମ୍ପର୍କରେ କାର୍ତ୍ତିକ ଆର୍ଯ୍ୟନ୍‌ ଅନାଇତା ଶ୍ରଫ୍‌ ଅଦ୍‌ଜାନିୟାଙ୍କ ସୋ’ ଫିଟ୍‌ ଅପ୍‌ ଉଇଥ୍‌ ଦ ଷ୍ଟାର୍‌ସ’ରେ ଖୁଲାସା କରିଥିଲେ। ସେ ପ୍ରଥମ ଥର ଯେତେବେଳେ ଶାହାରୁଖ୍‌ ଖାନ୍‌ ଓ ସଲମାନ୍‌ ଖାନଙ୍କୁ ଦେଖିଥିଲେ, ସେତେବେଳେ ଖୁବ୍‌ ମଜା ହୋଇଥାଏ।

କାର୍ତ୍ତିକ ବଲିଉଡ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନଙ୍କର ଜଣେ ବଡ଼ ଫ୍ୟାନ୍‌। ଥରେ ସେ ତାଙ୍କ ସାଙ୍ଗସାଥୀମାନଙ୍କ ସହିତ ବସଷ୍ଟାଣ୍ଡକୁ ଯାଇଥିଲେ। ସେଠାରେ ହଠାତ୍‌ ଶାହାରୁଖ୍‌ ଖାନଙ୍କ ଗାଡି ଆସୁଥିବା ଦେଖିଲେ। କାର୍ତ୍ତିକ ଓ ସାଙ୍ଗମାନେ ଶାହାରୁଖ୍‌ଙ୍କୁ ଦେଖି ହାତ ହଲାଇଲେ। ଏହାଦେଖି ଶାହାରୁଖ୍‌ ମଧ୍ୟ ହାତ ହଲାଇଥିଲେ।

ଆଉ ଥରେ କାର୍ତ୍ତିକ ସଲମାନ୍‌ ଖାନ୍‌ଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ପାଖରେ ପହଞ୍ଚି ସଲମାନଙ୍କ ଏକ ଝଲକ ପାଇବାକୁ ଚାହୁଁଥିଲେ। ହେଲେ ସେଠି ଏତେ ଲୋକ ଜମା ହୋଇଥିଲେ ଯେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଲା। ତାଙ୍କର ସାଙ୍ଗମାନେ ଲାଠିମାଡ଼ ଖାଇଥିଲେ, ହେଲେ କାର୍ତ୍ତିକ ସେଠାରୁ ଖସି ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର