ତେରେନାମ ଗୀତ ବାଜିବାରୁ ଭାବପ୍ରବଣ ହୋଇପଡ଼ିଲେ କ୍ୟାଟ୍‌!

ମୁମ୍ବାଇ: ଦବଙ୍ଗ ବୟ ସଲ୍‌ମନ ଖାନ ଏବଂ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌ଙ୍କ ଜବରଦସ୍ତ କେମେଷ୍ଟ୍ରି ବଲିଉଡ୍‌ରେ ବେଶ୍‌ କିଛି ଦିନ ଦଲ୍ଲା ମଚେଇଥିଲା। ମାତ୍ର କିଛି ଦିନ ପରେ ପୂର୍ବ ପରି ପୁଣି ଥରେ ପ୍ରେମରେ ବେଶି ଦିନ ରହିପାରିନଥିଲେ ସଲ୍‌ମନ। କ୍ୟାଟ୍‌ଙ୍କ ସହ ସଂପର୍କ ଛିନ୍ନ ହୋଇଥିଲା ଶେଷରେ। ମାତ୍ର ଏବେ ସେ ଦୁହିଁଙ୍କୁ ଦେଖିଲେ ଏମିତି ଲାଗୁଛି ଯେମିତି ବସିଯିବକି ଭାଇଜାନଙ୍କ ଘର! ‘ମେନେ ପ୍ୟାର୍‌ କିୟା’, ‘ପାର୍ଟନର’, ‘ଏକ ଥା ଟାଇଗର୍‌’ରେ ଦର୍ଶକଙ୍କୁ ଜବରଦସ୍ତ କେମେଷ୍ଟ୍ରି ଦେଖାଇବା ପରେ ଏବେ ପୁଣି ନଜର ଆସିବେ ‘ଟାଇଗର୍‌ ଜିନ୍ଦା ହେ’ରେ କିଛି ନୂଆ ମସାଲା ନେଇ।

ତେବେ, ନିକଟରେ କ୍ୟାଟ୍‌ ସଲ୍‌ମନଙ୍କ ଗୀତରେ ଭାବପ୍ରବଣ ହୋଇପଡ଼ିଥିବା କଥାଟି ବେଶ ଚର୍ଚ୍ଚା ପାଲଟିଛି। ଏମିତି ଲାଗୁଛି ଯେମିତି ଏବେ ବି କୋଉଠି ନା କୋଉଠି ଦୁହିଁଙ୍କ ଭିତରେ ଏକ ବନ୍ଧନ ରହିଛି। ଅସଲ କଥାଟି ହେଉଛି ମଙ୍ଗଳବାର ଟିଭି ରିୟଲିଟି ସୋ’ ଡ୍ୟାନ୍ସ ଚାମ୍ପିୟନ୍ସରେ ନିଜର ଫିଲ୍ମ ଚଳଚ୍ଚିତ୍ର କରିବାକୁ ପହଞ୍ଚିଥିଲେ ସଲମନ, କ୍ୟାଟ୍‌। ସେହି ସୋ’ରେ ଜଣେ ପ୍ରତିଯୋଗୀ ସଲ୍‌ମନଙ୍କ ଅଭିନୀତ ‘ତେରେନାମ’ ଚଳଚ୍ଚିତ୍ରର ଟାଇଟେଲ୍‌ ସଙ୍ଗ୍‌ରେ ନାଚିଥିଲେ। ଏହି ଗୀତ ବାଜିବା ମାତ୍ରେ ଭାବପ୍ରବଣ ହୋଇ ଉଠିଥିଲେ କ୍ୟାଟ୍‌। ଉଲ୍ଲେଖଯୋଗ୍ୟ, ୨୦୦୩ରେ ମୁକ୍ତିଲାଭ କରିଥିବା ‘ତେରେନାମ’ ଚଳଚ୍ଚିତ୍ରଟିରେ ସଲମନ ଖାନ ଏବଂ ଭୂମିକା ଚାଓ୍ଵଲାଙ୍କ ଅଭିନୀତ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବାକୁ ମିଳିଥିଲା। କ୍ୟାଟ୍‌ଙ୍କୁ ଭାବପ୍ରବଣ ହେବାର ଦେଖି ସଲମନ ପରେ ଏକ ଧମାକାଦାର ଗୀତରେ ଷ୍ଟେଜ୍‌ ଉପରେ ନୃତ୍ୟ ପ୍ରଦର୍ଶନ କରି ମାହଲକୁ ବଦଳାଇବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର