କ୍ୟାଟ୍ରିନା ଏବେ ଆଲିୟାଙ୍କ ଫିଜିକାଲ୍‌ ଟ୍ରେନର୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସଂପ୍ରତି ଫିଜିକାଲ୍‌ ଫିଟ୍‌ନେସ୍‌ କୋଚିଙ୍ଗ୍‌ ଦେବାରେ ବ୍ୟସ୍ତ ଅଛନ୍ତି। ଏବେ, କ୍ୟାଟ୍‌ଙ୍କୁ ଜିମ୍‌ ସେଣ୍ଟର୍‌ରେ ଫିଟ୍‌ନେସ୍‌ ବିଷୟରେ ଶିକ୍ଷା ଦେଉଥିବା ଦେଖିବାକୁ ମିଳୁଛି। ଆଉ ଏ ବିଷୟରେ ଖାସ୍‌  କଥାଟି ହେଉଛି ଫିଟ୍‌ନେସ୍‌ ସଂପର୍କରେ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିବା ଶିଷ୍ୟା ଜଣକ ହେଉଛନ୍ତି, କ୍ୟୁଟ୍‌ ଅଭିନେତ୍ରୀ ଅଲିୟା ଭଟ୍ଟ। ଏବେ ଆଲିୟାଙ୍କ ଫିଟ୍‌ନେସ୍‌ କୋଚ୍‌ ସାଜିଛନ୍ତି କ୍ୟାଟ୍‌। ଆଉ ଯଦି ଆପଣ ଭାବୁଥିବେ କି, ଏହା କୌଣସି ଫିଲ୍ମର କୌଣସି ସିନ୍‌ ହେଇଥିବ ବୋଲି, ତା’ହାଲେ ଆପଣ ନିହାତି ଭାବରେ ଭୁଲ୍‌ ହିଁ ଭାବୁଛନ୍ତି।


ସୂଚନା ମୁତାବକ୍‌ ଆଲିୟା ଏବଂ କ୍ୟାଟ୍ରିନା ସେମାନଙ୍କର ଫିଟ୍‌ନେସ୍‌ ପାଇଁ ଗୋଟିଏ ଜିମ୍‌ ସେଣ୍ଟର୍‌ ଯାଉଛନ୍ତି। ଆଉ ଯେତେବେଳେ ସେଠାରେ ଆଲିୟାଙ୍କ ଟ୍ରେନର୍‌ ଜଣଙ୍କ ଅନୁପସ୍ଥିତ ରହୁଛନ୍ତିିି, ଠିକ୍‌ ସେତେବେଳେ କ୍ୟାଟ୍ରିନା ଆଲିୟାଙ୍କର ଟ୍ରେନର ସାଜୁଛନ୍ତି ଏବଂ ତାଙ୍କୁ ଜଣେ ଭଲ ଟ୍ରେନରଙ୍କ ଭଳି ଟ୍ରିଟ୍‌ ମଧ୍ୟ କରୁଛନ୍ତି। ଯାହାକୁ ଏକ ଭିଡ଼ିଓ କରି କ୍ୟାଟ୍ରିନା କୈଫ୍‌ ଟ୍ରେନିଙ୍ଗ୍‌ ସମୟର ସଂପୂର୍ଣ୍ଣ ଭିଡ଼ିଓକୁ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଯେଉଁଥିରେ, କ୍ୟାଟ୍ରିନା, ଆଲିୟାଙ୍କୁ ଟ୍ରେନିଙ୍ଗ୍‌ ଦେବା ସହ ସ୍ୱାସ୍ଥ୍ୟ ସଂପର୍କିତ ଉପଦେଶ ଦେଉଥିବା ଦେଖିବାକୁ ମିଳିଛି।
ସୂତ୍ର ଅନୁଯାୟୀ, ଏବେ ଆଲିୟା ତାଙ୍କର ଆଗାମୀ ଫିଲ୍ମ‘ରାଜୀ’ର ସୁଟିଂକୁ ଶେଷ କରିଥିବାବେଳେ, କ୍ୟାଟ୍ରିନା ତାଙ୍କ ଓ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର୍‌ ଜିଂଦା ହେ’ର ପ୍ରମୋସନ୍‌କୁ ନେଇ ବ୍ୟସ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର