ଏହି ଅସହଜ ଦୃଶ୍ୟ ଲାଗି କାଟ୍ରିନା କୈଫ୍‌ଙ୍କୁ ପ୍ରାୟ ଦୁଇଘଣ୍ଟା ଧରି ବନ୍ଦ କକ୍ଷରେ ଗୁଲଶନ୍‌ ଗ୍ରୋଭରଙ୍କ ସହିତ ରହିବାକୁ ପଡ଼ିଥିଲା

ମୁମ୍ବାଇ:  ଆଜି ହେଉଛି ଲୋକପ୍ରିୟ ନାୟିକା କାଟ୍ରିନା କୈଫ୍‌ଙ୍କ ଜନ୍ମଦିନ। ସେ  ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବୁମ୍‌’ଜରିଆରେ ବଲିଉଡରେ ପାଦ ଥାପିଥିଲେ । ଏହି ସିନେମାରେ ସେ ଅମିତାଭ ବଚ୍ଚନ ଓ ଗୁଲଶନ୍‌ ଗ୍ରୋଭରଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ।

କାଟ୍ରିନାଙ୍କୁ ନିର୍ଦ୍ଦେଶକ କୈଜାଦ୍‌ ଗୁସ୍ତାଦ୍‌ ଏକ ଫ୍ୟାସନ୍‌ ସୋ’ରେ ଦେଖିବାପରେ ‘ବୁମ୍‌’ଫିଲ୍ମର ଅଫର୍‌ ଦେଇଥିଲେ ।

‘ବୁମ୍‌’ରେ ଏକ ସିନ୍‌ ଥିଲା,ଯେଉଁଥିରେ ବଲିଉଡର ବ୍ୟାଡ୍‌ମ୍ୟାନ୍‌ ଗୁଲଶନ୍‌ ଗ୍ରୋଭରଙ୍କ ସହ ଚୁମ୍ବନ ଦେବାକୁ ପଡ଼ିଥିଲା କାଟ୍ରିନା କୈଫ୍‌ଙ୍କୁ। କାଟ୍ରିନା ଏହା ସହଜ ହେବ ଭାବି ଆଗରୁ ରାଜି ହୋଇଥିଲେ। ଏଣୁ ସିନ୍‌ ସୁଟିଂ କରିବାବେଳେ କାଳେ ଅସୁବିଧା ହେବ ବୋଲି କାଟ୍ରିନା ଏକ ଅଭିନବ ଉପାୟ ଭାବିଲେ।

ଏହି ଅସହଜ ଦୃଶ୍ୟ ଲାଗି କାଟ୍ରିନା କୈଫ୍‌ଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ କକ୍ଷରେ ଗୁଲଶନ୍‌ ଗ୍ରୋଭରଙ୍କ ସହିତ ରହିବାକୁ ପଡ଼ିଥିଲା। ପ୍ରାୟ ଦୁଇଘଣ୍ଟା ଧରି ଏ ଦୁଇ କଳାକାର କିସ୍‌ ସିନ୍‌ର ରିହର୍ସାଲ୍‌ କରିଥିଲେ।

ଗୁଲଶନ୍‌ ଓ କାଟ୍ରିନା କିସ୍‌ ସିନ୍‌ ପାଇଁ ଯେତେବେଳେ କ୍ୟାମେରା ସାମ୍ନାକୁ ଆସିଲେ,ସେମାନେ ମାତ୍ର ଦୁଇଟି ଟେକ୍‌ରେ ଏହି ସିନକୁୁ ଓକେ କରିଥିଲେ।

ସମ୍ବନ୍ଧିତ ଖବର