କାଟ୍ରିନାଙ୍କଦୁଃଖ ! ମିଳୁନାହିଁ ବାଓ-ପିକ୍‌ରେ କାମ

ବଲିଉଡ୍‌ର ଅଧିକାଂଶ ଆଗ ଧାଡ଼ିର ଅଭିନେତ୍ରୀ ବାଓ-ପିକ୍‌ରେ କାମ କରୁଛନ୍ତି। ଏଥି ପାଇଁ ସମସ୍ତେ ଆଗ୍ରହୀ। କାଟ୍ରିନା କୈଫଙ୍କର ବି ଇଚ୍ଛା ବାଓ-ପିକ୍‌ କରିବେ। ହେଲେ, ଭାରତୀୟଙ୍କ ଭଳି ଦିଶୁ ନ ଥିବାରୁ, ତାଙ୍କୁ ନେବା ପାଇଁ କୌଣସି ନିର୍ମାତା-ନିର୍ଦେଶକ ଚାହୁଁନାହାନ୍ତି। ଏଥି ଲାଗି ଫିରଙ୍ଗୀ ସୁନ୍ଦରୀ କାଟ୍ରିନାଙ୍କ ମନ ଭାରି ଦୁଃଖ। ତାଙ୍କ ଓକିଲ ମାତା, ଖାଣ୍ଟି ବ୍ରିଟିସ୍‌। ପିତାଙ୍କ ବଂଶମୂଳ ଯଦିଓ କଶ୍ମୀରୀ, ସେ ମଧ୍ୟ ମିଶ୍ରିତ। ଏ ଭଳି କ୍ଷେତ୍ରରେ କାଟ୍ରିନା ଅବା କେମିତି ଭାରତୀୟଙ୍କ ଭଳି ଦିଶିବେ। ଭାରତୀୟ ବସ୍ତ୍ର, ତାଙ୍କୁ ଆଦୌ ମାନେନାହିଁ। ଶାଢ଼ି, ଲହଁଗା-ଚୋଲୀ ଆଦିରେ ଅସ୍ତ-ବ୍ୟସ୍ତ ଦିଶନ୍ତି। ଲାଗେ ଯେମିତି କାହା ଚାପରେ ପଡ଼ି, ବାଧ୍ୟବାଧକତାରେ ଗଳେଇ ଦେଇଛନ୍ତି। ଫେସନ୍‌ ବାବଦରେ ସଚେତନ ସମସ୍ତେ ଏହା ବୁଝନ୍ତି। ତେଣୁ, ତାଙ୍କୁ କିଏ ବା ରାଣୀ ଲକ୍ଷ୍ମୀବାଈ କି ପଦ୍ମାବତୀ ଭୂମିକାରେ ଦେଖିବାକୁ ପସନ୍ଦ କରିବ?

ସମ୍ବନ୍ଧିତ ଖବର