ମୁମ୍ବାଇ: ବଲିଉଡରେ ଏମିତି ଜଣେ ନାୟିକା ଅଛନ୍ତି, ଯାହାଙ୍କୁ କେବଳ ଦର୍ଶକ ପସନ୍ଦ କରନ୍ତି ନାହିଁ, ବରଂ ସେ ସବୁ ଟପ୍ ହିରୋ ଓ ନିର୍ମାତା-ନିର୍ଦ୍ଦେଶକଙ୍କର ବି ପ୍ରିୟ । ଏହି ନାୟିକା ଜଣେ ହେଲେ କାଟ୍ରିନା କୈଫ୍ । ବଲିଉଡରେ କାଟ୍ରିନା କୈଫ୍ ନିଜର ସରଳତା ପାଇଁ ଅନ୍ୟ ନାୟିକାଙ୍କଠୁଁ ଆଗରେ । ସେ ‘ ବୁୁମ୍’ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ପ୍ରବେଶ କରିଥିଲେ । ତାହା ଫ୍ଲପ୍ ହୋଇଥିଲେ ବି ପରେ ‘ ମୈନ ପ୍ୟାର୍ କ୍ୟୁଁ କିୟା ’ , ସରକାର୍ ଓ ପାର୍ଟନର ଭଳି ହିଟ୍ ସିନେମାରେ ନାୟିକା ହେବା ପରେ ଟପ୍ ହିରୋଇନ୍ ର ମାନ୍ୟତା ପାଇଥିଲେ । ପ୍ରଥମ ସିନେମାରେ ତାଙ୍କ ଭିତରେ ଯେଉଁ ସରଳତା ଥିଲା, ଆଜି ବଲିଉଡରେ ଏକ ଦଶନ୍ଧି ରୁ ଅଧିକ ସମୟ ବିତାଇବା ପରେ ବି ସମାନ କଥା ଦେଖିବାକୁ ମିଳେ । ଅନ୍ୟ ନାୟିକା ମାନଙ୍କ ଭଳି ତାଙ୍କର ନଖରାମି ନାହିଁ ବୋଲି ତାଙ୍କ ସହିତ କାମ କରିଥିବା ଅଧିକାଂଶ ନିର୍ଦ୍ଦେଶକଙ୍କ ମତ ।
Sambad is now on WhatsApp
Join and get latest news updates delivered to you via WhatsApp
ବଲିଉଡରେ ଅଧିକାଂଶ କଳାକାର କୌଣସି ଏକ ନିର୍ମାତା/ ନିର୍ଦ୍ଦେଶକ/ ହିରୋଙ୍କ ଶିବିରରେ ନିୟମିତ କାମ କରିଥାନ୍ତି । ଏମାନେ ଗ୍ରୁପିଜିମ୍ ଭିତରେ ରହି କାମ କରନ୍ତି । ହେଲେ ଏ କ୍ଷେତ୍ରରେ କାଟ୍ରିନା ଜଣେ ବ୍ୟତିକ୍ରମ । ସେ ବଲିଉଡର ସୁପରଷ୍ଟାର ଶାହାରୁଖ୍ ଖାନ୍ଙ୍କ ସହିତ ଜବ୍ ତକ୍ ହେ ଜାନ୍’ ଓ ‘ଜିରୋ’ ଭଳି ଫିଲ୍ମରେ କାମ କରିଛନ୍ତି, ତେଣେ ସଲମାନ୍ ଖାନ୍ଙ୍କ ବିପକ୍ଷରେ ମୈନେ ପ୍ୟାର୍ କ୍ୟୁଁ କିୟା, ଏକ୍ ଥା ଟାଇଗର୍ ଓ ଟାଇଗର୍ ଜିନ୍ଦା ହେ ଆଦି ସିନେମାରେ ନାୟିକା ବନିଛନ୍ତି । ଖାଲି ସେତିକି ନୁହେଁ ସେ ଅମୀର ଖାନ୍ଙ୍କ ସହ ‘ ଧୂମ୍-୩’ ଓ ରିତିକ୍ ରୋଶନ୍ଙ୍କ ବିପକ୍ଷରେ ‘ ୟେ ଜିନ୍ଦେଗି ନା ମିଲେଗି ଦୋବାରା’ ଓ ବ୍ୟାଙ୍ଗ୍ ବ୍ୟାଙ୍ଗରେ ନଜର ଆସିଛନ୍ତି ।ସେ ଅକ୍ଷୟ କୁମାରଙ୍କ ସହିତ କାମ କରିଛନ୍ତି କ୍ୟାଟ୍ରିନା ।