ଏହି ଆକ୍‌ଟ୍ରେସ୍‌ଙ୍କ ଆଗମନ ଯୋଗୁଁ ଶାହରୁଖ୍‌ଙ୍କ ବାର୍ଥଡ଼େ ପାର୍ଟିକୁ ଛାଡ଼ି ଚାଲିଗଲେ କ୍ୟାଟ୍ରିନା!

ନୂଆଦିଲ୍ଲୀ: ବଲିଉଡ୍‍ର କିଙ୍ଗ୍‌ ଖାନ୍‌ ତଥା ଶାହରୁଖ୍‌ ଖାନ୍‌ ନଭେମ୍ବର ୨ ତାରଖରେ ତାଙ୍କର ୫୨ତମ ଜନ୍ମୋତ୍ସବକୁ ସେଲିବ୍ରେଟ୍‌ କରିଛନ୍ତି। ଯେଉଁ ପାର୍ଟିକୁକି କିଙ୍ଗ୍‌ ଖାନ୍‌ ତାଙ୍କର ଅଲୀବାଗ୍‌ ଫାର୍ମହାଉସ୍‌ ଠାରେ ପତ୍ନୀ ଗୌରୀ ଖାନ୍‌, ଝିଅ ସୁହାନା, ପୁତ୍ର ଅବରାମ୍‌ଙ୍କ ସହିତ ସେଲିବ୍ରେଟ୍‌ କରିଛନ୍ତି। ଏଥିସହ ଶାହରୁଖ୍‌ଙ୍କ ଏହି ପାର୍ଟିରେ ବନ୍ଧୁ କରଣ ଜୋହର୍‌ଙ୍କ ବ୍ୟତୀତ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, ଆଲିୟା ଭଟ୍ଟ, ମଲାଇକା ଅରୋରା ଖାନ୍‌, ଦୀପିକା ପାଦ୍ୟୁକୋନ୍‌, ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା, ଫର୍‌ହା ଖାନ୍‌ ଏବଂ ଅଭିନେତା ସିଦ୍ଧାର୍ଥ ମଲ୍‌ହୋତ୍ରା, ଫର୍‌ହାନ୍‌ ପ୍ରମୁଖ ଉପସ୍ଥିତ ରହିଥିଲେ।

ହେଲେ ଏଠାରେ ଘଟିଥିଲା, ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଆଉ ଏହି ଘଟଣାଟି ହେଲା, ଯେତେବେଳେ ଶାହରୁଖ୍‌ଙ୍କ ପାର୍ଟିକୁ ଅଭିନେତ୍ରୀ ଦୀପିକାଙ୍କର ଆଗମନ ହୋଇଥିଲା, ସେତେବେଳେ ସେଠାରୁ ଅଭିନେତ୍ରୀ କ୍ୟାଟ୍ରିନା ଉଠି ପଳାଇଥିଲେ। ଯେଉଁଥିରୁ କି ଏଇଆ ହିଁ ଅନୁମାନ କରାଯାଉଛି କି ଏବେବି ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ସେମାନଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ତଥା ଅଭିନେତା ରଣବୀର୍‌ କପୁର୍‌ଙ୍କୁ ନେଇ ମନୋମାଳିନ୍ୟ ରହିଛି। ତେବେ ଆପଣଙ୍କର ସୂଚନା ଲାଗି ଜଣାଉଅଛୁ କି, ଯେତେବେଳେ ଅଭିନେତା ରଣବୀର୍‌ କପୁର୍‌ ଅଭିନେତ୍ରୀ ଦୀପିକାଙ୍କ ସହିତ ରିଲେସନ୍‌ରେ ରହିଥିଲେ,ସେତେବେଳେ ସେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସହିତ ମଧ୍ୟ ତାଙ୍କର ଆଫେୟାର୍ସକୁ ରଖିଥିଲେ। ଯେଉଁ କାରଣକୁ ନେଇ ଦୀପିକା-ରଣବୀର୍‌ଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା ଓ ଉଭୟ କ୍ୟାଟ୍ରିନା ଓ ଦୀପିକାଙ୍କ ମଧ୍ୟରେ ସଂପର୍କ ଖଟା ହୋଇଥିଲା। ଆଉ ଏହାପରେ ରଣବୀର୍‌ କପୁର୍‌ଙ୍କ ନାମ କ୍ୟାଟ୍ରିନାଙ୍କ ନାମ ସହ ଯୋଡ଼ା ହୋଇଥିଲେ ବି ସେହି ସଂପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା। ଯାହାଫଳରେ କି ଗତବର୍ଷ ଅଭିନେତା ରଣବୀର କପୁର୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ପ୍ରେମ ସଂପର୍କ ବ୍ରେକ୍‌ଅପ୍‌ରେ ପରିଣତ ହୋଇଥିଲା ବେଳେ ବିଗତ ୫ ବର୍ଷ ହେବ ଅଭିନେତା ରଣବୀର୍‌ ସିଂଙ୍କ ସହିତ ପ୍ରେମ ସଂପର୍କରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପୁଦ୍ୟକୋନ୍‌। ହେଲେ ଏବେବି ଏହି ଦୁଇ ଅଭିନେତ୍ରୀ ଦୀପିକା ଓ କ୍ୟାଟ୍ରିନାଙ୍କ ମଧ୍ୟରେ ସେମାନଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ରଣବୀର୍‌ କପୁର୍‌ଙ୍କୁ ନେଇ ମନୋମାଳିନ୍ୟ ରହିଛି।

ସମ୍ବନ୍ଧିତ ଖବର