ଜାଣନ୍ତୁ କ’ଣ ପାଇଁ କେବିସିରେ ଭାଗ ନେଇ ୬. ୪୦ ଲକ୍ଷ ଜିତିବା ପରେ ମଧ୍ୟ ରାଗିଗଲେ ପ୍ରତିଯୋଗୀଙ୍କ ମା’

ନୂଆଦିଲ୍ଲୀ : ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁଚର୍ଚ୍ଚିତ କୁଇଜ୍‌ ସୋ’ କୌନ ବନେଗା କରୋଡ଼ପତିକୁ ଏବେ ବହୁ ଦର୍ଶକ ଦେଖୁଛନ୍ତି । ନିକଟରେ ସୋ’ରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ସୋ’ର ଟିଆର୍‌ପି ବଢ଼ିଥିବା ଦେଖାଯାଇଛି । ଶୁକ୍ରବାର ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟ୍‌ରେ ବସିଥିଲେ ପଶ୍ଚିମବଙ୍ଗର କୌଶିକ୍‌ ଚକ୍ରବର୍ତ୍ତୀ । ଏହି ସୋ’ରେ ସେ ବିଗ୍‌ ବିଙ୍କ ପ୍ରଶ୍ନର ଉତ୍ତର ଦେଇ ୬ଲକ୍ଷ୪୦ ହଜାର ଟଙ୍କା ଜିତି ନେଇଥିଲେ । ଯାହା ନିହାତି ଭାବରେ ତାଙ୍କ ପରିବାର ପାଇଁ ଖୁସିର ବିଷୟ ଥିଲା । କିନ୍ତୁ ଏକ ସାଧାରଣ ପ୍ରଶ୍ନ ପାଇଁ ସେ ଗୋଟେ ଲଇଫ୍‌ଲାଇନ୍‌କୁ ନଷ୍ଟ କରିଥିବାରୁ କୌଶିକ୍‌ଙ୍କ ମା’ ତାଙ୍କୁ ଷ୍ଟେଜ୍‌ ଉପରେ ସମସ୍ତଙ୍କ ଆଗରେ ରାଗିଥିବା ଦେଖା ଯାଇଛି ।

oneindia.com

ସୂଚନା ମୁତାବକ, ୬ଲକ୍ଷ ୪୦ହଜାର ଜିତିଥିବା କୌଶିକ୍‌ଙ୍କୁ ଆଧାରକାର୍ଡ଼ର ବୈଧତା କେତେ ସମୟ ପାଇଁ ହୋଇଥାଏ ବୋଲି ପଚରାଯାଇଥିଲା । ଏଥି ପାଇଁ ତାଙ୍କୁ ୧୦ବର୍ଷ,୩୦ବର୍ଷ,୫୦ବର୍ଷ ଏବଂ ଅଜୀବନର ୪ଟି ବିକଳ୍ପ ଦିଆଯାଇଥିଲା । କିନ୍ତୁ କୌଶିକ୍‌ ଏହି ସାଧାରଣ ପ୍ରଶ୍ନର ଉତ୍ତର ନ ଦେଇ ପାରି ଲାଇଫ୍‌ଲାଇନ୍‌ ଯୋଡ଼ିଦାରକୁ ବାଛିବା ସହ ନିଜ ମା’ଙ୍କୁ ଷ୍ଟେଜ୍‌ ଉପରକୁ ଡ଼ାକିଥିଲେ । ଷ୍ଟେଜ୍‌ ଉପରକୁ ଆସିବା ସହ ସେ ସଠିକ୍‌ ଉତ୍ତର ଆଜୀବନ ବୋଲି କହିବା ସହ କୌଶିକ୍‌ ଏତେ ସାଧାରଣ ପ୍ରଶ୍ନର ଉତ୍ତର ଜାଣି ନ ଥିବା ପାଇଁ ତାଙ୍କୁ ରାଗିଥିଲେ ।

ସମ୍ବନ୍ଧିତ ଖବର