ସିନେମା ହଲରେ ଫିଲ୍ମ ଦେଖୁଥିବା ବେଳେ ଅମିତାଭ ବଚ୍ଚନଙ୍କ ପ୍ୟାଣ୍ଟରେ ପଶିଗଲା ମୂଷା,ଏଭଳି ଭାବରେ ବାହାରକୁ ବାହାର କରିଥିଲେ ସେ

ମୁମ୍ବାଇ : ଏବେ ଟିଆର୍‌ପି ଲିଷ୍ଟରେ ଭଲ ପ୍ରଦର୍ଶନ କରିବାରେ ଲାଗିଛି ‘କୌନ୍‌ ବନେଗା କରୋଡ଼୍‍ପତି’ର ସିଜିନ୍‌ -୧୦ । ପ୍ରତିଥର ହଟ୍‌ ସିଟ୍‌କୁ ଆସୁଥିବା ଲୋକଙ୍କ କାହାଣୀ ଏବଂ ବେଳେ ବେଳେ ଅମିତାଭ ବଚ୍ଚନଙ୍କ ଜୀବନର ଅକୁହା କାହାଣୀ ଟିଆର୍‌ପିକୁ ବଢ଼ାଉଥିବା ଜଣା ପଡ଼ିଛି । ବୁଧବାର ଏହି ସୋ’କୁ ଗୋଆର ବାସିନ୍ଦା ଗଜାନନ ଆସି ପହଞ୍ଚିଥିଲେ । ସୋ’ ଚାଲୁଥିବା ସମୟରେ ବିଗ୍‌ ବି ଏବଂ ପ୍ରତିଯୋଗୀ ଗଜାନନ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଉପରେ ଆଲୋଚନା କରିଥିଲେ । ଏହି ସମୟରେ ବିଗ୍‌ ବି ନିଜର ଏକ ଅଭୁଲା ସ୍ମୃତି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଥରେ ସେ ଫିଲ୍ମ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ପ୍ୟାଣ୍ଟରେ ମୂଷା ପଶି ଯାଇଥିବା କଥା କହିଥିଲେ ବିଗ୍‌ ବି । ଯାହାକୁ ଶୁଣି ହସିବାକୁ ଲାଗିଥିଲେ ଉପସ୍ଥିତ ଲୋକେ ।

India.com

“ଫିଲ୍ମ ଦେଖୁଥିବା ବେଳେ ମୋ ପ୍ୟାଣ୍ଟ ତଳ ଆଡ଼ୁ ମୂଷାଟି ପ୍ୟାଣ୍ଟ ଭିତରକୁ ପଶି ଆସିଥିଲା । ପ୍ୟାଣ୍ଟ ଭିତରେ କିଛି ଚାଲୁଥିବାର ଅନୁଭବ କରି ମୁଁ ହାତ ମାରିବା ପରେ ଭିତରେ କିଛି ଥିବା ଜାଣି ପାରିଥିଲେ । ଯାହା ପରେ ମୂଷାଟିକୁ ଜାବୁଡ଼ି ଧରି ମୁଁ ବାହାରକୁ ଫିଙ୍ଗି ଦେଇଥିଲେ । କିନ୍ତୁ ଏବେ ନଳି ପ୍ୟାଣ୍ଟ ଆସି ଗଲାଣି । ଯାହା ଦ୍ୱାରା ମୂଷାମାନେ ଭିତରକୁ ପଶି ପାରୁ ନାହାନ୍ତି” ବୋଲି ବିଗ୍‌ ବି କହିବା ପରେ ଉପସ୍ଥିତ ଲୋକେ ହସି ହସି ଗଡ଼ି ଯାଇଥିଲେ ।

ସମ୍ବନ୍ଧିତ ଖବର