ବିଗ୍‌ ବିଙ୍କ ଖୁଲାସା : କେବିସିର ପ୍ରଥମ ସିଜିନ୍‌ରେ ଏହି ରୋଗ ପାଇଁ ବସି ପାରୁ ନଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ : କିଛି ଦିନ ତଳେ ଆରମ୍ଭ ହୋଇଥିବା କେବିସିର ସିଜିନ୍‌-୧୧। ଏବେ ଲୋକଙ୍କ ହୃଦୟ ଜିତିବା ଆରମ୍ଭ କରିଛି । ଟିଆର୍‌ପି ତାଲିକାରେ ଉପରେ ରହିଥିବା ଏହି ସୋ’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସୋ’ ସମୟରେ ପ୍ରଶ୍ନ ପଚାରିବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରିଥାନ୍ତି ବିଗ୍‌ ବି । ଯାହା ସୋ’ର ଲୋପ୍ରିୟତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏବେ ବିଗ୍‌ ବି ପୁଣି ଥରେ ଏକ ବଡ଼ ଖୁଲାସା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଜିନ୍‌-୧୧ରେ ନିଜର ଗମ୍ଭୀର ରୋଗ ବିଷୟରେ ଜଣାଇଛନ୍ତି ବିଗ୍‌ ବି ।

amitabh bachchan
amarujala.com

ତାଙ୍କ କହିବା ଅନୁଯାୟୀ, ୨୦୦୦ମସିହାରେ ଯେତେବେଳେ କେବିସି ଆରମ୍ଭ ହୋଇଥିଲା, ସେତେବେଳେ ମୋ ପିଠିରେ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପ୍ରଥମେ ମୁଁ କେବିସିର ଏହି ଚେୟାରରେ ବସୁଥିବାରୁ ଯନ୍ତ୍ରଣା ହେଉଥିବା କଥା ଭାବିଥିଲି । କିନ୍ତୁ ପରେ ପରୀକ୍ଷା କରାଇବାରୁ ପ୍ରକୃତ ସମସ୍ୟା ସାମ୍ନାକୁ ଆସିଥିଲା । ପରୀକ୍ଷାରେ ମୁଁ ସ୍ପାଇନାଲ ଟ୍ୟୁବରକୁଲୋସିସ୍‌ ରୋଗରେ ପୀଡ଼ିତ ଥିବା ଜାଣିଥିଲି । ୪-୫ବର୍ଷ ଯାଞ୍ଚ କରିବା ପରେ ଯାଇ ମୋତେ ମୋ ସମସ୍ୟା ବିଷୟରେ ଜଣା ପଡ଼ିଥିଲା । ଯାହା ପରେ ମୋତେ ପ୍ରତିଦିନ ୭-୮ଟି ବଟିକା ଖାଇବାକୁ ପଡ଼ିଥିଲା । ଏବେ ମୋ ସମସ୍ୟାର ସମାଧାନ ହୋଇସାରିଛି ।

ସମ୍ବନ୍ଧିତ ଖବର