କେବିସିକୁ ଆସିଥିବା ପ୍ରତିଯୋଗୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ବିଗ୍‌ ବି, ଜାଣନ୍ତୁ ପ୍ରଶ୍ନଟି କ’ଣ ଥିଲା?

ମୁମ୍ବାଇ : ସୋନି ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତି ଏବେ ଟିଆର୍‌ପି ସୂଚୀରେ ଭଲ ପ୍ରଦର୍ଶନ କରୁଛି । ସୋ’କୁ ଆସୁଥିବା ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଜୀବନ ଓ ବିଗ୍‌ ବି ନିଜ ଜୀବନକୁ ନେଇ କରୁଥିବା ଭିନ୍ନ ଭିନ୍ନ ଖୁଲାସା ସୋ’କୁ ଲୋକପ୍ରିୟ କରାଉଛି । କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ସୋ’ଟି ଚର୍ଚ୍ଚାରେ ରହିଛି । ସମସ୍ତଙ୍କୁ ପ୍ରଶ୍ନ ପଚାରୁଥିବା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ପ୍ରତିଯୋଗୀ ଅଭିଷେକ ଝା ଏକ ପ୍ରଶ୍ନ କରିଥିଲେ । କିନ୍ତୁ ବିଗ୍‌ ବି ସନ୍ତଷ୍ଟ କଲା ଭଳି ଉତ୍ତର ରଖି ପାରି ନଥିବା ଖବର ଏବେ ଚର୍ଚ୍ଚାରେ ରହିଛି ।

ସୂଚନା ମୁତାବକ, ଅଭିଷେକ ଫିଲ୍ମ ବମ୍ବେ ଟକିଜ୍‌କୁ ନେଇ ପ୍ରଶ୍ନ କରିଥିଲେ । ତାଙ୍କ କହିବା ଅନୁଯାୟୀ, ଫିଲ୍ମ ବମ୍ବେ ଟକିଜ୍‌ରେ ଜଣେ ବ୍ୟକ୍ତି ଅଟୋ ନେଇ ଆପଣଙ୍କ ଘରକୁ ଯାଉଛି । ଆପଣଙ୍କ ଘରେ ପହଞ୍ଚିବା ପରେ ଅଟୋ ଚାଳକ  ୫,୦୦୦ଟଙ୍କା ଭଡ଼ା ମାଗୁଛି । ସତରେ କ’ଣ ରେଳ ଷ୍ଟେସନରୁ ଆପଣଙ୍କ ଘରକୁ ଯିବା ପାଇଁ ୫,୦୦୦ଟଙ୍କା ଭଡ଼ା ଦେବାକୁ ପଡ଼େ? ବୋଲି ବିଗ୍‌ ବିଙ୍କୁ ପ୍ରଶ୍ନ କରିଥିଲେ ଅଭିଷେକ । ଏହାର ଉତ୍ତର ରଖି ବଡ଼ ବଡ଼ ସହରରେ ରାସ୍ତା ଲମ୍ବା ରହିଥାଏ । ବେଳେ ବେଳେ ଏତେ ଟଙ୍କାର ଭଡ଼ା ଦେବାକୁ ପଡ଼େ ବୋଲି କହିଥିଲେ ବିଗ୍‌ ବି । କିନ୍ତୁ ବିଗ୍‌ ବିଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ ଅଭିଷେକ ।

अभिषेक अब तक 6.40 लाख जीत चुके हैं
oneindia.com

ପରେ ଅଭିଷେକ କହିଥିଲେ, ଫିଲ୍ମରେ ଅଟୋ ଚାଳକଜଣକ କହୁଥିଲେ କି, ଖାନ୍‌, ଖାନ୍ନା ବା କପୁରଙ୍କ ଘରକୁ ଯିବାର ଥିଲେ ୫୦୦ଟଙ୍କାରେ ଛାଡ଼ି ଦେଇଥାନ୍ତି । କିନ୍ତୁ ବଚ୍ଚନ ସାହେବଙ୍କ ଘରକୁ ଆସିଛି ମାନେ ୫,୦୦୦ଟଙ୍କା ଦେବାକୁ ହେବ । ଅଭିଷେକଙ୍କ ଏଭଳି କଥା ଶୁଣି ହସିବାକୁ ଲାଗିଥିଲେ ବିଗ୍‌ ବି ।

ସମ୍ବନ୍ଧିତ ଖବର