ଏହି ତାରିଖରୁ ବନ୍ଦ ହେଉଛି ‘କୌନ୍‌ ବନେଗା କରୋଡ଼ପତି ସିଜିନ୍‌ -୯’ !

ଅଗଷ୍ଟ୍‍ ୨୮ ତାରିଖରୁ ଆରମ୍ଭ ହୋଇଥିବା ରିଆଲିଟି ସୋ’ ‘କୌନ୍‌ ବନେଗା କରୋଡ଼ପତି ସିଜିନ୍‌ -୯’ସୋ’ ତାହା ଆରମ୍ଭ ଦିନ ଠାରୁ ହିଁ ଟିଆର୍‌ପିରେ ରହିଛି ସବୁଠୁଁ ଆଗରେ!ହେଲେ ଏବେ ଏହାର ଫ୍ୟାନ୍‌ମାନଙ୍କ ଲାଗି ଏକ ଖରାପ ଖବର ।

ସୋନି ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ କ୍ୱିଜ୍‌ ସୋ’,‘କେବିସି-୯’ ଆଉ ଅକ୍ଟୋବର ୨୩ ପରେ ହିଁ ଟେଲିକାଷ୍ଟ୍‍ କରାଯିବ ନାହିଁ ବୋଲି ସୂଚନା ମିଳିଛି । ଏହି ସୋ’କୁ ଦର୍ଶକଙ୍କ ଲାଗି ଶେଷଥର ପାଇଁ ଆସନ୍ତା ୨୩ ଅକ୍ଟୋବରରେ ହିଁ ଟେଲିକାଷ୍ଟ୍‍ କରାଯିବ। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଛୁକି ଏହି ସୋ’ ବନ୍ଦ ହେବାପରେ ଏହା ସ୍ଥାନରେ ରାତି ୯ଟାରେ ଅନ୍ୟ ଏକ ସୋ’ ‘ରିସ୍ତା ଲିଖେଂଗେ ହମ୍‌ ନୟା’ଦର୍ଶକଙ୍କର ମନୋରଂଜନ ଲାଗି ପ୍ରସାରଣ କରାଯିବ, ଯାହାକିି ‘ପେହରେଦାର୍‌ ପିୟା କି’ର ସିକ୍ୱେଲ୍‌ ଅଟେ।

ଏଥିସହିତ ଏହାପରେ ପରେ ରାତି ୯ଟା୩୦ ମିନିଟ୍‌ରେ ଅନ୍ୟ ଏକ ନୂତନ ସୋ’ ‘ହାସିଲ୍‌’କୁ ‘କେବିସି’ ସ୍ଥାନରେ ରିପ୍ଲେସ୍‌ କରାଯିବ, ଯେଉଁ ସୋ’ ଜରିଆରେ ବଲିଉଡ ଅଭିନେତା ଜାୟେଦ୍‌ ଖାନ୍‌ ଟେଲିଭିଜନ୍‌ ପରଦାରେ ପ୍ରଥମ ଥର ଲାଗି ନଜର ଆସିବେ ।

ସମ୍ବନ୍ଧିତ ଖବର