ସୈଫ୍‌ଙ୍କ ଝିଅ ସାରାଙ୍କ ‘କେଦାର୍‌ନାଥ୍‌’କୁ ନେଇ ଟଣାଓଟରା

ମୁମ୍ବାଇ:ବଲିଉଡ଼୍‍ରେ ବହୁତ ଷ୍ଟାର୍‌ କିଡ଼୍‍ସ ସେମାନଙ୍କର ଏଣ୍ଟ୍ରିକୁ ନେଇ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ,ସୈଫ୍‌-ଅମୃତା ସିଂହଙ୍କ ଲାଳନା ସାରା ଅଲ୍ଲୀ ଖାନ୍‌ ‘କେଦାର୍‌ନାଥ୍‌’ଫିଲ୍ମରୁ ବଲିଉଡ଼୍‍ରେ ଡ଼େବ୍ୟୁ  କରୁଛନ୍ତି। ଏହି ସିନେମାରେ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସାରା। ଏହି ସିନେମା ଆର ବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହେବ ବୋଲି‘କେଦାର୍‌ନାଥ୍‌’ର ନିର୍ଦ୍ଦେଶକ ଅଭିଷେକ କପୁର ବହୁ ଆଗରୁ ସୂଚନା ଦେଇଥିଲେ।

photo-hindustantimes

ହେଲେ ଏବେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋରା । ସେ ଚାହୁଁ ନାହାନ୍ତି କି ତାଙ୍କ ସିନେମାର ଶାହରୁଖ୍‌ ଖାନଙ୍କ ସିନେମା ସହିତ ଟକ୍କର ହେଉ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତିନିର୍ଦ୍ଦେଶକ ଅଭିଷେକ କପୁର। ତାଙ୍କର ଇଚ୍ଛା ‘କେଦାର୍‌ନାଥ୍‌’ର ରିଲିଜ୍‌ ତାରିଖ ବଦଳା ନ ଯାଉ। ତେଣିକି ଶାହରୁଖଙ୍କ ସିନେମା ସେହି ସମାନ ତାରିଖରେ ରିଲିଜ୍‌ ହେଉ କି ନ ହେଉ। ଏହାକୁ ନେଇ ଉଭୟଙ୍କ ଭିତରେ ଟଣାଓଟରା ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର