ମୁମ୍ବାଇ: ବଲିଉଡ଼୍ର ନୂଆ ନାୟିକା ସାରା ଅଲ୍ଲୀ ଖାନ୍ ଏବେ ହରଡଘଣାରେ ପଡିଛନ୍ତି। ତାଙ୍କୁ ‘କେଦାରନାଥ୍’ର ପ୍ରଯୋଜକ ନୋଟିସ୍ ପଠାଇଛନ୍ତି। ସେଥିରେ କୁହାଯାଇଛି ଯେ ସାରା ପ୍ରଯୋଜକଙ୍କ ସହ କରିଥିବା ଚୁକ୍ତିର ଖିଲାପ କରିଛନ୍ତି। ଯେତେବେଳେ ପ୍ରଯୋଜକ ତାରିଖ ମାଗିବେ ତାକୁ ସାରା ଦେବେ । କିନ୍ତୁ ଏବେ ଯେଉଁ ତାରିଖ ମାଗୁଛନ୍ତି ତାହା ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’କୁ ଦେଇଛନ୍ତି। ଏକଥା ଜାଣିବାପରେ ପ୍ରଯୋଜକ ସାରାଙ୍କୁ ସମୟ ଦେବା ଲାଗି ନତୁବା ୫ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନୋଟିସ୍ ପଠାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ‘କେଦାରନାଥ୍’ ଫିଲ୍ମରୁ ଡ଼େୁବ୍ୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଥିଲା।କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେଲା। ପ୍ରେରଣା ଅଭିଯୋଗ କରିଲେ ଯେ,ଅଭିଷେକ ଜାଣିଶୁଣି ଫିଲ୍ମର ବଜେଟ୍ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ କପୁର କହିଲେ ଯେ ‘କେଦାରନାଥ’ ଫିଲ୍ମର ୟୁନିଟ୍ ସଦସ୍ୟମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ହେତୁ ଏହାର ସୁଟିଂ ବନ୍ଦ ରହିଥିଲା।
ଏହାପରେ ‘କେଦାରନାଥ୍’ର ରିଲିଜ୍କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା।
କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍ଠାକ୍ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ପ୍ରଖ୍ୟାତ ପ୍ରଯୋଜକ ରୋନି ସ୍କ୍ରୁଓ୍ଵାଲା‘କେଦାରନାଥ୍’ର ଅବଶିଷ୍ଟ କାମ ଶେଷ କରିବେ। ପୂର୍ବରୁ ଫିଲ୍ମରେ ଖର୍ଚ୍ଚ ହୋଇଥିବା ୨୨ କୋଟି ଟଙ୍କା ସେ ଦେଇସାରିଛନ୍ତି। ଏଥିରୁ ପ୍ରଯୋଜକ ଭୂଷଣ କୁମାର ଓ ପ୍ରେରଣା ଅରୋରା ୧୪ କୋଟି ଓ ଏକତା କପୁର ୮ କୋଟି ଟଙ୍କା ପାଇଛନ୍ତି।