ବାଦ ବିବାଦ ଭିତରେ ‘କେଦାରନାଥ୍‌’ର ସୁଟିଂ ସରିଲା , ଜାଣନ୍ତୁ କାହିଁକି ହୋଇଥିଲା ବିବାଦ

ମୁମ୍ବାଇ: ବହୁ ବାଦ ବିବାଦ ଭିତରେ ଅବଶେଷରେ ବହୁପ୍ରତୀକ୍ଷିତ ସିନେମା ‘କେଦାରନାଥ୍‌’ର ସୁଟିଂ ସରିଲା। ଏବେ ଜାଣନ୍ତୁ କାହିଁକି ବିବାଦରେ ଫସିଥିଲା ଏହି ସିନେମା। ବଲିଉଡ଼୍‍ର ଲାଟେଷ୍ଟ୍‍ ସେନସେସନ୍‌ ସାରା ଅଲ୍ଲୀ ଖାନ୍‌ ‘କେଦାରନାଥ୍‌’ ଫିଲ୍ମରୁ ଡ଼େୁବ୍ୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଥିଲା। କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେଲା। ପ୍ରେରଣା ଅଭିଯୋଗ କରିଲେ ଯେ,ଅଭିଷେକ ଜାଣିଶୁଣି ଫିଲ୍ମର ବଜେଟ୍‌ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ କପୁର କହିଲେ ଯେ ‘କେଦାରନାଥ୍‌’ର ୟୁନିଟ୍‌ ସଦସ୍ୟମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ହେତୁ ଏହାର ସୁଟିଂ ବନ୍ଦ ରହିଛି।


ଏହାପରେ ‘କେଦାରନାଥ୍‌’ର ରିଲିଜ୍‌କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା। ଏବେ କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍‌ଠାକ୍‌ ହୋଇଯାଇଛି। ଏହାପରେ ପ୍ରଖ୍ୟାତ ପ୍ରଯୋଜକ ରୋନି ସ୍କ୍ରୁଓ୍ଵାଲା ‘କେଦାରନାଥ୍‌’ର ଅବଶିଷ୍ଟ କାମ ଶେଷ କରିଛନ୍ତି। ‘କେଦାରନାଥ୍‌’ଏକ ପ୍ରେମ କାହାଣୀ ଆଧାରିତ ସିନେମା। ଏବେ ଚଳିତ ବର୍ଷ ଶେଷ ଆଡ଼କୁ ‘କେଦାରନାଥ୍‌’ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର