ସଫଳତାର ମନ୍ତ୍ର ହେଉଛି ପତ୍ନୀଙ୍କ ସବୁ କଥାରେ ହଁ ଭରିବା: ବିବାହ ଭୋଜି ଉତ୍ସବରେ ମଜାରେ ଏମିତି କହିଲେ ରଣବୀର ସିଂହ

ମୁମ୍ବାଇ: ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଦେଶକୁ ଫେରି ଗୋଟିଏ ପରେ ଗୋଟିଏ ବିବାହ ଭୋଜିର ଆୟୋଜନ କରି ସାରିଛନ୍ତି ଅଭିନେତା ରଣବୀର ସଂହ ଓ ଦୀପିକା ପାଦୁକୋନ। ତାଙ୍କୁ ବିବାହ ଶୁଭେଚ୍ଛା ଦେବା ସହ ଆଶିର୍ବାଦ କରିବାକୁ ପହଞ୍ଚିଛନ୍ତି ବଲିଉଡ୍‌ର ବହୁ ନାମୀଦାମୀ କଳାକାରମାନେ। ରଣବୀର ସିଂହ ଶନିବାର ତାଙ୍କର ବିବାହ ଭୋଜି ଉତ୍ସବରେ ପତ୍ନୀ ଦୀପିକାଙ୍କ ସଂପର୍କରେ ଖୁବ୍‌ ପ୍ରଶଂସା କରିଛନ୍ତି। ମାହାଲକୁ ଆହୁରି ଟିକେ ମଜାଦାର କରିବା ପାଇଁ ରଣବୀର କହିଛନ୍ତି କି ‘ ସଫଳତାର ଚାବି କାଠି ହେଉଛି ଆପଣଙ୍କ ପତ୍ନୀ ଯାହା କହୁଛନ୍ତି ସେଥିରେ ହଁ ଭରନ୍ତୁ। ଯେତେବେଳେ ମୋ ପତ୍ନୀ କୁହନ୍ତି ସଂଗୀତ ବଦଳାଇବାକୁ, ସେତେବଳେ ମୋତେ ମାନି ନେବାକୁ ପଡ଼େ।’ ଆପଣମାନେ ଜାଣିଥିବେ ଯେ ରଣବୀର ପ୍ରଥମ ଥର ପାଇଁ ତାଙ୍କ ପତ୍ନୀଙ୍କୁ ସମର୍ଥନ କରି ଏପରି କଥା କହିନାହାନ୍ତି। ପୂର୍ବରୁ ମଧ୍ୟ ଥରେ ରଣବୀର ତାଙ୍କ ପତ୍ନୀ ଦୀପିକାଙ୍କୁ ସଂସାରର ସବୁଠାରୁ ସୁନ୍ଦର ମହିଳା ବୋଲି କହି ସାରିଛନ୍ତି। ସେ ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କୁ ବିବାହ କରିଛନ୍ତି ବୋଲି ଏକ ଉତ୍ସବରେ ଘୋଷଣା କରିଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଥିଲା।

ସମ୍ବନ୍ଧିତ ଖବର