ମାଆଙ୍କ ପୋଷାକ ଆଲମାରିରେ ଦୃଷ୍ଟି; ଶ୍ରୀଦେବୀଙ୍କ ପୋଷାକରେ ଜାହ୍ନବୀ ଓ ଖୁସି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର୍‌ ମାଆ ଶ୍ରୀଦେବୀଙ୍କ ଶାଢ଼ି ପିନ୍ଧି ଚଳିତବର୍ଷ ନେସ୍‌ନାଲ୍‌ ଆଓ୍ଵାର୍ଡ ଉତ୍ସବକୁ ଯିବେ କି? କାହିଁକି ନା, ଜାହ୍ନବୀଙ୍କ ସାନ ଭଉଣୀ ଖୁସି ଏହି ଅଭିଯାନ ଆରମ୍ଭ କରି ସାରିଲେଣି। ମାଆ ଶ୍ରୀଦେବୀଙ୍କ ପୁରୁଣା ପୋଷାକ ପିନ୍ଧି ବାହାରକୁ ବାହାରିବା ପରେ ଖୁସି ଏବେ ବେଶ୍‌ ଚର୍ଚ୍ଚାରେ। ଖୁସି ଜାହ୍ନବୀଙ୍କର ଏକ ଟ୍ରାକ୍‌ ପ୍ୟାଣ୍ଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

 

 

View this post on Instagram

 

Like mom like daughter ❤ #khushikapoor #sridevi

A post shared by ᴋʜᴜsʜɪ ᴋᴀᴘᴏᴏʀ (@khushikapoorworld) on

ବୁଧବାର ଜାହ୍ନବୀ ଖୁସିଙ୍କ ଫଟୋ ମନିଷ ମଲୋହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଛି। ଫଟୋରେ ଜାହ୍ନବୀଙ୍କୁ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଥିବା ବେଳେ ଖୁସି ଶ୍ରୀଦେବୀଙ୍କର ଏକ ଧୁଷର ରଂଗର ପ୍ୟାଣ୍ଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି।

ଶ୍ରୀଦେବୀଙ୍କ ପ୍ରଶଂସକମାନେ ଶ୍ରୀଦେବୀ ଏକ ଶୀତ ଦିନିଆ ପୋଷାକରେ ଥିବାର ପୁରୁଣା ଫଟୋକୁ ସେୟାର୍‌ କରିଛନ୍ତି। ଶ୍ରୀଦେବୀ ସେଥିରେ ସଂପୂର୍ଣ୍ଣ ସେଟ୍‌ ପରିଧାନ କରିଛନ୍ତି। ଖୁସି ସେହି ସେଟ୍‌ରୁ କେବଳ ପ୍ୟାଣ୍ଟ୍‌ଟି ପିନ୍ଧିଥିବାର ଦେଖିବାକୁ ମିଳିିଛି।

 

 

View this post on Instagram

 

Like mother like daughter❤️ #sridevi #janhvikapoor

A post shared by Kapoor Sisters ?? (@_kapoor_sisters_) on

ସେହିପରି ଜାହ୍ନବୀ ବି ମାଆ ଶ୍ରୀଦେବୀଙ୍କର ଏକ ଶାଢ଼ି ପରିଧାନ କରିଥିବାର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି।

ମାଆଙ୍କ ପୋଷାକ ପିନ୍ଧି ଏହି ଦୁଇ ଭଉଣୀ ତାଙ୍କ ସ୍ମୃତି ତାଜା କରୁଛନ୍ତି ବୋଲି ପ୍ରଶଂସକ ମହଲରେ କଥା ଉଠୁଛି।

ସମ୍ବନ୍ଧିତ ଖବର