ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କ ମାଉସୀ ଥିଲେ ସଲମାନଙ୍କ ପ୍ରଥମ ପ୍ରେମିକା

ମୁମ୍ବାଇ : କିଛି ଦିନ ତଳେ ଟାଇମ୍ସ ଅଫ୍‌ ଇଣ୍ଡିଆ ନିଜର ଏକ ରିପୋର୍ଟରେ, ବିବାହ ନ କରି ସରୋଗେସୀ ମାଧ୍ୟମରେ ସଲମାନ ବାପା ହେବାକୁ ଯୋଜନା କରୁଥିବା କଥା କହିଥିଲା । ତେବେ ଏହା ତ ସମସ୍ତଙ୍କୁ ଜଣା ଯେ, ସଲମାନ ପିଲାମାନଙ୍କୁ କେତେ ପସନ୍ଦ କରନ୍ତି । କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ସର୍ବପ୍ରଥମେ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କ ମାଉସୀଙ୍କୁ ପସନ୍ଦ କରୁଥିଲେ ବୋଲି ଜଣା ପଡ଼ିଛି । ବିବାହ କରି ନଥିଲେ ମଧ୍ୟ ସବୁ ବେଳେ ନିଜର ପ୍ରେମ ସଂପର୍କକୁ ନେଇ ସଲମାନ ଚର୍ଚ୍ଚାରେ ରହିଥାନ୍ତି ।

ସଲମାନଙ୍କ ନାଁ, ସୋମୀ ଅଲ୍ଲୀ, ସଙ୍ଗୀତା ବିଜ୍‌ଲାନୀ, ଐଶ୍ୱର୍ଯ୍ୟା ରାୟ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇ ସାରିଥିବା ବେଳେ ତାଙ୍କର ପ୍ରଥମ ପ୍ରେମ ଶାହିନ୍‌ ଜଫରୀ ଥିଲେ ବୋଲି ଜଣା ପଡ଼ିଛି । ଶାହିନ ହେଉଛନ୍ତି ଦିଗ୍ଗଜ ଅଭିନେତା ଅଶୋକ କୁମାରଙ୍କ ନାତୁଣୀ । ସଲମାନ ୧୯ବର୍ଷ ବୟସରେ ଶାହିନୀଙ୍କୁ ମନ ଦେଇ ବସିଥିଲେ । ଦୁହେଁ ସମାନ କଲେଜରେ ପଢ଼ୁଥିବା ବେଳେ ଶାହିନଙ୍କ ପାଇଁ ସଲାମନ ଘଣ୍ଟା ଘଣ୍ଟା ଧରି କଲେଜ ବାହାରେ ଅପେକ୍ଷା କରୁଥିଲେ । କିଆରାଙ୍କ କହିବା ଅନୁଯାୟୀ, ଦୁହେଁ ପରସ୍ପରକୁ ଡେଟ୍‌ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର