ଟ୍ରମ୍ପଙ୍କ କଲ୍‌ ସମୟରେ ନଗ୍ନ ଅବସ୍ଥାରେ ଥିଲେ କିମ୍‌; ଟ୍ରମ୍ପଙ୍କ ସଂପର୍କରେ କହିଲେ ଏପରି ମଜାଦାର୍‌ କଥା

ନୂଆଦିଲ୍ଲୀ: ଆମେରିକୀୟ ଟେଲିଭିଜନ ବ୍ୟକ୍ତିତ୍ୱ ତଥା ମଡେଲ୍‌ କିମ୍‌ କଦର୍ସିଆନ୍‌ କହିଛନ୍ତି କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କଲ୍‌ ଗଲା ବେଳେ ସେ ନଗ୍ନ ଅବସ୍ଥାରେ ଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଜେଲ୍‌ ଭୋଗୁଥିବା ଆଲିସ୍‌ ମେରାଇନ୍‌ ଜନସନ୍‌ଙ୍କ ମାମଲାରେ କିମ୍‌ଙ୍କ ସହ କଥା ହେବା ପାଇଁ ଡାକିବାକୁ ଫୋନ୍‌ କରିଥିବା ବେଳେ ନଗ୍ନ ଫଟୋସୁଟ୍‌ କରୁଥିଲେ କିମ୍‌। ।

ସେ ଏହି କଥା ଏକ ଲାଇଭ୍‌ ସୋ’ରେ ଖୁଲାସା କରିଛନ୍ତି। କହିଛନ୍ତି କି ଟ୍ରମ୍ପଙ୍କ କଲ୍‌ ପାଇବା ସମୟରେ ତାଙ୍କ ଦେହରେ ଖଣ୍ଡିଏ ବି କପଡ଼ା ନଥିଲା। ସେ ଆହୁରି ବି କହିଛନ୍ତି, ‘ମୁଁ ଫଟୋସୁଟ୍‌ରେ ବ୍ୟସ୍ତ ଥାଏ। ମୋ ଫୋନ୍‌ ବାଜିଲା ଏବଂ ଫୋନ୍‌ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ମୁଁ ଚମକି ପଡ଼ିଲି ଓ ତତ୍‌କ୍ଷଣାତ ଏକ ବସ୍ତ୍ର ନେଇ ଢାଙ୍କି ହୋଇପଡ଼ିଲି।’

୩୭ ବର୍ଷୀୟା କିମ୍‌ ଆହୁରି କହିଛନ୍ତି ଯେ ତା’ପରେ କିନ୍ତୁ ସେ ଫଟୋ ପାଇଁ ପୋଜ୍‌ ଦେବା ବନ୍ଦ କରିନଥିଲେ। ଯେହେତୁ ସେ ଜଣେ ପେସାଦାର୍‌ ମଡେଲ୍‌ ଟ୍ରମ୍ପଙ୍କ କଲ୍‌ ତାଙ୍କ କାର୍ଯ୍ୟ ଉପରେ ବିଶେଷ ପ୍ରଭାବ ପକାଇ ନଥିଲା।

ଆଙ୍କ୍‌ର ଯେତେବେଳେ କିମ୍‌ଙ୍କୁ ପଚାରିଲେ କି ଯଦି ଟ୍ରମ୍ପ ଜାଣିଥାନ୍ତେ ସେ ଏପରି ଅବସ୍ଥାରେ ଅଛନ୍ତି ତେବେ କ’ଣ ହୋଇଥାନ୍ତା? ଏହାର ବେଶ୍‌ ମଜାଦାର୍‌ ଉତ୍ତର ଦେଇଛନ୍ତି କିମ୍‌। ସେ କହିଛନ୍ତି ଯଦି ଟ୍ରମ୍ପ ଜାଣିଥାନ୍ତେ ତେବେ ସେ ସବୁ ମହିଳା କଏଦୀଙ୍କୁ ମୁକ୍ତ କରି ଦେଇଥାନ୍ତେ। ଉଲ୍ଲେଖଯୋଗ୍ୟ, କିମ୍‌ ଜେଲ୍‌ ଭୋଗୁଥିବା ଆଲିସ୍‌ ମେରାଇନ୍‌ ଜନସନ୍‌ଙ୍କ ସିପାରିସ୍‌ ଟ୍ରମ୍ପଙ୍କ ସମ୍ମୁଖରେ କରିଥିଲେ।

ସମ୍ବନ୍ଧିତ ଖବର