ଭୋପାଳ: ସିନେନିର୍ମାତା, ଅଭିନେତା ତଥା କଣ୍ଠଶିଳ୍ପୀ କିଶୋର କୁମାରଙ୍କର ମଧ୍ୟପ୍ରଦେଶର ଖଣ୍ଡଓ୍ଵାଠାରେ ଥିବା ପୈତୃକ ଘରକୁ ଜଣେ ବ୍ୟବସାୟୀ କିଣିଛନ୍ତି। ବ୍ୟବସାୟୀ ଜଣକ ହେଉଛନ୍ତି ଖଣ୍ଡଓ୍ଵାର ଅଭୟ ଜୈନ। ଏହି ଖବରଟି ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି। ଅଭିନେତା କିଶୋର କୁମାରଙ୍କର ଏହି ଘର ଏକ ସ୍ମୃତି ହୋଇଥିବା ବେଳେ ତାହାର ବିକ୍ରୟ ତାଙ୍କ ପ୍ରଶଂସକଙ୍କୁ ଦୁଃଖି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବର୍ଷ ଜୁଲାଇ ମାସରେ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ଏହି ଘରଟିକୁ ଖଣ୍ଡଓ୍ଵା ମହାନଗର ନିଗମ ଦ୍ୱାରା ଭାଙ୍ଗି ଦିଆଯିବ। ତିନି ଭାଇ ଅଶୋକ, ଅନୁପ ଏବଂ କିଶୋରଙ୍କର ପିଲାଦିନ ଯେଉଁ ଘରେ କଟିଛି ତାହାକୁ ତାହାକୁ ଭାଙ୍ଗି ଦେବା ପାଇଁ ଗତବର୍ଷ ଏକ ନୋଟିସ୍ କାନ୍ଥରେ ଲଗାଇ ଦିଆଯାଇଥିଲା। ନୋଟିସ୍ରେ ଲେଖାଯାଇଥିଲା କି, ‘ଏହି ଘରଟି ଖରାପ ସ୍ଥିତିରେ ଅଛି। ଏହା କୌଣସି ବି ପରିସ୍ଥିତିରେ ପଡ଼ିଯାଇପାରେ। ଲୋକମାନଙ୍କ ପାଇଁ ଏହା ବିପଦ ହୋଇପାରେ। ଏହା ବସବାସ ଉପଯୋଗୀ ନୁହେଁ। ଏହାକୁ ୨୪ ଘଣ୍ଟା ମଧ୍ୟରେ ଭାଙ୍ଗି ଦିଆଯିବା ଉଚିତ। ନଚେତ ଏହାକୁ ମହାନଗର ପକ୍ଷରୁ ଭାଙ୍ଗି ଦିଆଯିବ।’
ଦୀର୍ଘ ଚାରି ଦଶନ୍ଧି ଧରି ସେହି ଘରେ କ୍ୟାୟାର୍ଟେକର୍ ଭାବେ କାର୍ଯ୍ୟ କରୁଥିବା ସୀତାରାମ ଏହି ନୋଟିସ୍ ଦେଖିବା ପରେ ମୁମ୍ବାଇରେ ରହୁଥିବା ଅନୁପ କୁମାରଙ୍କ ପୁଅ ଅର୍ଜୁନ କୁମାରଙ୍କୁ ଜଣାଇଥିଲେ। ନୋଟିସ୍ ପରେ ଜିଲ୍ଲାପାଳ ଏହି ମାମଲରେ ହସ୍ତକ୍ଷେପ କରିଥିଲେ। ଲୋକମାନଙ୍କୁ ସେଠାକୁ ଯିବାକୁ ବାରଣ କରିଥିଲେ।
ନିକଟରେ ସେହି ଘରର କିଛି ଅଂଶ ଖସି ପଡ଼ିବାରୁ ଖଣ୍ଡଓ୍ଵା ମହାନଗର ନିଗମ ଏକ ସଦ୍ୟ ନୋଟିସ୍ ଜାରି କରିଥିଲେ।