୨୦୦କୋଟିର ଘରେ ରହୁଛନ୍ତି ଶାହାରୁଖ୍‌! ଜାଣନ୍ତୁ ବିଗ୍‌ ବି ଓ ଦବଙ୍ଗ ଷ୍ଟାରଙ୍କ ଘରର ଦାମ୍‌

ଗୋଟେ ଗୋଟେ ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍‌ କଳାକାର । ସେମାନେ ଯେଉଁ ଘରେ ରହୁଛନ୍ତି ତାହା ମଧ୍ୟ କୌଣସି ମହଲଠାରୁ କମ ନୁହେଁ । ଆଜି ଆମେ କିଛି ବଲିଉଡ୍‌ କଳାକାରମାନଙ୍କ ଘରର ଦାମ୍‌ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

୧. ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଶାହାରୁଖ୍‌ ଖାନ୍‌ । ବଲିଉଡ୍‌ରେ ତାଙ୍କୁ କିଙ୍ଗ ଖାନ୍‌ର ଆଖ୍ୟା ଦିଆଯାଇଥିବା ବେଳେ ଏବେ ମଧ୍ୟ ସେ ବଲିଉଡ୍‌ରେ ରାଜ୍‌ କରି ଚାଲିଛନ୍ତି । ଦାମୀ କଳାକାର ହେବା ସହ ଦାମୀ ଘରେ ମଧ୍ୟ ରହୁଛନ୍ତି ଶାହାରୁଖ୍‌ । ତାଙ୍କ ଘରର ଦାମ୍‌ ୨୦୦କୋଟି ବୋଲି ଜଣା ପଡ଼ିଛି ।

jansatta.com

୨. ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ବିଗ୍‌ ବିର ଆଖ୍ୟା ଦିଆ ଯାଇଥିବା ବେଳେ ବୟସର ଏ ପାହାଚରେ ମଧ୍ୟ ସେ ନିଜ ଷ୍ଟାରଡମକୁ ବଜାୟ ରଖିଛନ୍ତି । ବିଗ୍‌ ବିଙ୍କ ବିଭିନ୍ନ ସ୍ଥାନରେ ଘର ଥିବା ବେଳେ ସେ ନିଜ ପରିବାର ସହ ଜଲସାରେ ରହୁଛନ୍ତି । ଯାହାର ଦାମ୍‌ ୧୧୨କୋଟି ବୋଲି ଜଣା ପଡ଼ିଛି ।

jansatta.com

୩. ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଲ୍ମ, ଫିଟ୍‌ ଶରୀର ଏବଂ ନିଜ ଘର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଖାସ୍‌ କରି ପ୍ରତି ଜନ୍ମଦିନରେ ତାଙ୍କୁ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ତରଫରୁ ମିଳୁଥିବା ଉପହାରକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଏବେ ଦୁହେଁ ୧୦୦କୋଟିର ଘରେ ପରିବାର ସହ ରହୁଥିବା ଜଣା ପଡ଼ିଛି ।

jansatta.com

୪. ଗୋଟେ ଗୋଟେ ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରୁଥିବା ଦବଙ୍ଗ ଖାନ୍‌ ମୁମ୍ବାଇର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହୁଛନ୍ତି । ତାଙ୍କ ଘରର ଦାମ୍‌ ୮୦କୋଟି ବୋଲି ଜଣା ପଡ଼ିଛି ।

jansatta.com
ସମ୍ବନ୍ଧିତ ଖବର