କ୍ରିତି ଓ ଦିଶାଙ୍କ ‘ନା’, କାରଣ କ’ଣ ଜାଣନ୍ତୁ

‘ଆଶିକୀ-ଟୁ’ ଓ ‘ଏକ୍‌ ଭିଲେନ୍‌’ ଭଳି ବେଶ୍‌ କେତୋଟି ହିଟ୍‌ ଫିଲ୍ମ ଦେଇଥିବା ନିର୍ଦେଶକ ମୋହିତ ସୁରୀ ଖୁବ୍‌ ଶୀଘ୍ର ‘ଆଶିକୀ-ଥ୍ରି’ର ନିର୍ମାଣ କରିବେ ବୋଲି ସୂଚନା ମିଳୁଥିଲା। ହେଲେ ଏବେ ଖବର ମିଳିଛି ଯେ, ସେ ତା’ ଆଗରୁ ଏକ ଥ୍ରିଲର୍‌ ତିଆରି କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ଏଯାବତ୍‌ ସ୍ଥିରୀକୃତ ହୋଇ ନ ଥିଲେ ହେଁ ଏଥିରେ ଆଦିତ୍ୟ ରାୟ କପୁର ହିରୋ ହେବେ ବୋଲି ଶୁଣାଯାଇଛି।

ଏହି ଥ୍ରିଲର୍‌ରେ ନିର୍ଦ୍ଦେଶକ ମୋହିତ ସୁରୀ ଜଣେ ୟଙ୍ଗ୍‌ ହିରୋଇନ୍‌ଙ୍କୁ ନେବାକୁ ଚାହାଁନ୍ତି। ଏଥିପାଇଁ ସେ ପ୍ରଥମେ ହିରୋପନ୍ଥି, ଦିଲ୍‌ଓ୍ଵାଲେ ଓ ବରେଲି କି ବର୍ଫି ଭଳି ଫିଲ୍ମରେ କାମ କରିଥିବା କ୍ରିତି ସାନନ୍‌ଙ୍କୁ ଅଫର୍‌ ଦେଇଥିଲେ। କିନ୍ତୁ ଏଥିରେ କାମ କରିବାକୁ ମନା କରିଛନ୍ତି କ୍ରିତି। କୁହାଯାଉଛି ଯେ, କ୍ରିତି ସାନନ୍‌ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅପୋଜିଟ୍‌ରେ ସାଜିଦ୍‌ ଖାନଙ୍କ ଅପ୍‌କମିଂ ଫିଲ୍ମ ‘ହାଉସଫୁଲ୍‌-୪’ରେ କାମ କରୁଥିବା ହେତୁ ମୋହିତଙ୍କ ଅଫର୍‌ କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହାପରେ ନିର୍ଦେଶକ ମୋହିତ ସୁରୀ ସେହି ଭୂମିକା ଲାଗି ହଟ୍‌ ହିରୋଇନ୍‌ ଦିଶା ପଟାନିଙ୍କୁ ଆପ୍ରୋଚ୍‌ କରିଥିଲେ। ଦିଶା ବି ମୋହିତଙ୍କୁ ନିରାଶ କରିଥିବା ଜଣାଯାଇଛି। ଶୁଣିବାକୁ ମିଳୁଛି ଯେ, ଦିଶା ଏବେ ବିଗ୍‌ ବଜେଟ୍‌ ସାଉଥ୍‌ ଫିଲ୍ମ ‘ସଂଘମିତ୍ରା’ରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିରେ ସେ ଜଣେ ରାଜକୁମାରୀ ଭୂମିକା ନିଭାଇବେ। ଅପରପକ୍ଷରେ ସେ ଏକ ବିଗ୍‌ ବଜେଟ୍‌ ଓ ବଡ଼ ବ୍ୟାନରର ଫିଲ୍ମ ସାଇନ୍‌ କରିବାକୁ ଚାହୁଁଥିବା ହେତୁ ମୋହିତଙ୍କ ସିନେମାକୁ ‘ନା’ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର