କେବଳ ଶାହିଦ୍‌ କପୁରଙ୍କ ପାଇଁ ହିଁ ଜନ୍ମ ହୋଇ ପାରିଥିଲେ ଇଶାନ ଖଟ୍ଟର, ଜାଣନ୍ତୁ କେମିତି?

ମୁମ୍ବାଇ : କଫି ଉଇଥ୍‌ କରଣ-୬ରେ ନଜର ଆସିଥିଲେ ବଲିଉଡ୍‌ର ଦୁଇ ହ୍ୟାଣ୍ଡସମ୍‌ ହଙ୍କ୍‌ ବଡ଼େମିଆଁ ଶାହିଦ୍‌ କପୁର ଏବଂ ଛୋଟେମିଆଁ ଇଶାନ ଖଟ୍ଟର । ଦୁହେଁ କରଣଙ୍କ ଓଲଟାପାଲଟା ପ୍ରଶ୍ନର ସିଧା ଉତ୍ତର ଦେଇ କରଣଙ୍କୁ ଚୁପ୍‌ କରାଇଥିଲେ । ଏହି ସୋ’ରେ ଯୋଗ ଦେଇ ଶାହିଦ୍‌ ଇଶାନଙ୍କ ଜନ୍ମକୁ ନେଇ ଏକ ବଡ଼ ରାଜ୍‌ର ଖୁଲାସା କରିଥିଲେ । ଇଶାନ ମୋ ପାଇଁ ଜନ୍ମ ବୋଲି କହିଥିଲେ ଶାହିଦ୍‌ ।

Jansatta

ତାଙ୍କ କହିବା ଅନୁଯାୟୀ, ମା’ ଦ୍ୱିତୀୟ ବିବାହ କରିବା ପରେ ଆଉ ଗର୍ଭବତୀ ହେବାକୁ ଚାହୁଁ ନଥିଲେ। କିନ୍ତୁ ମୁଁ ତାଙ୍କୁ ମୋତେ ଭାଇ କି ଭଉଣୀ ଦେବା ପାଇଁ ବାଧ୍ୟ କରିଥିଲି । କିନ୍ତୁ ସେ ମୋତେ ମନା କରି ଦେଇଥିଲେ । ମୋତେ ତାଙ୍କୁ ରାଜି କରାଇବା ପାଇଁ ୨-୩ ବର୍ଷ ସମୟ ଲାଗିଥିଲା । ଯାହା ପରେ ମା’ ଗର୍ଭବତୀ ହେବା ପାଇଁ ରାଜି ହୋଇଥିଲେ । ମୋର ଏତେ ଚେଷ୍ଟା ପରେ ଇଶାନ ଏ ଦୁନିଆକୁ ଆସି ପାରିଥିଲେ ।

ସମ୍ବନ୍ଧିତ ଖବର