ଅଜୟ ଦେବଗନଙ୍କୁ ମିଳିଗଲେ ବାବା ରାମଦେବ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅଜୟ ଦେବଗନ୍‌ ଯୋଗ ଗୁରୁ ବାବା ରାମଦେବଙ୍କ ଜୀବନୀ ଉପରେ ଆଧାରିତ ଏକ ଟେଲି ଧାରାବାହିକ ‘ସ୍ୱାମୀ ରାମଦେବ-ଏକ ସଂଘର୍ଷ ’ନିର୍ମାଣ କରୁଥିବାର ଖବର ତ ପୁରୁଣା ହୋଇଗଲାଣି। ହେଲେ ଏଥିରେ କିଏ ଯୋଗ ଗୁରୁ ବାବା ରାମଦେବଙ୍କ ଭୂମିକା ନିଭାଇବେ ତାହାର ଖୁଲାସା ଏବେ ହୋଇ ଯାଇଛି। ସେ ହେଲେ ଅଭିନେତା କ୍ରାନ୍ତି ପ୍ରକାଶ ଝା। ଦର୍ଶକଙ୍କ ପାଇଁ ସେ ସଂପୂର୍ଣ୍ଣ ଅପରିଚିତ ନୁହନ୍ତି। କାରଣ ତାଙ୍କୁ ‘ଏମ୍‌ ଏସ୍‌ ଧୋନି- ଦ ଅନଟୋଲଡ ଷ୍ଟୋରି’ରେ ନାୟକ ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସନ୍ତୋଷ ଲାଲ୍‌ ଚରିତ୍ରରେ ଦେଖି ସାରଛନ୍ତି ଦର୍ଶକ।

photo-wiki

ଅଜୟ ଦେବଗନ୍‌ କହିଛନ୍ତି ଯେ ସେ ଯେଉଁଭଳି ଅଭିନେତାଙ୍କୁ ଖୋଜୁଥିଲେ ଠିକ୍‌ ସେହିଭଳି ହେଉଛନ୍ତି କ୍ରାନ୍ତି ପ୍ରକାଶ ଝା । ସବୁଠୁ ବଡ଼ କଥା ହେଲା କ୍ରାନ୍ତି ଖୁବ୍‌ ସୁନ୍ଦର ସଂସ୍କୃତ ଶ୍ଳୋକ ବି ବୋଲି ପାରନ୍ତି। ସେ ଭଲ ଯୋଗ ବି କରି ପାରନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଏହି ଟେଲି ଧାରାବାହିକରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଶିଶୁ କଳାକାର ନମନ ଜୈନ ଯୋଗ ଗୁରୁ ବାବା ରାମଦେବଙ୍କ ବାଲ୍ୟ କାଳର ଭୂମିକାରେ ଅଭିନୟ କରୁଛନ୍ତି।

ସମ୍ବନ୍ଧିତ ଖବର