୨୧ ବର୍ଷରେ ‘କୁଛ କୁଛ ହୋତା ହୈ’

ମୁମ୍ବାଇ: ୯୦ ଦଶକରେ ପରଦାକୁ ଆସିଥିବା ଚଳଚ୍ଚିତ୍ର ‘କୁଛ କୁଛ ହୋତା ହୈ’ ରିଲିଜ୍ ହେବାକୁ ଇତି ମଧ୍ୟରେ ବିତି ସାରିଛି ୨୧ ବର୍ଷ । ଶାହରୁଖ୍ ଖାନ୍ – କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଏହି ଟ୍ରାଙ୍ଗୁଲାର୍ ଲଭ୍ – ଡ୍ରାମା ବଲିଉଡ୍ ସିନେମା ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଭାବେ ଜଣାଯାଏ । ରିଲିଜ୍ ହେବାର ଏତେ ବର୍ଷ ପରେ ବି ସିନେମାଟି ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି । ବିଶେଷ କରି ସିନେମାରେ ଶାହରୁଖ୍ ଖାନଙ୍କ ରୋମାନ୍ସ ସିନେପ୍ରେମୀଙ୍କୁ ଆକୃଷ୍ଟ କରିଥିଲା ।


ଏହି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀରେ ଶାହରୁଖ୍ – କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଅଭିନୟକୁ ସେତେବେଳେ ଦର୍ଶକ ଢେର ପସନ୍ଦ କରିଥିଲେ । ଶାହାରୁଖଙ୍କ ଡାଏଲଗ୍ ହେଉ କିମ୍ବା କାଜୋଲଙ୍କ ଟମ୍ ବୟ ଲୁକ୍ ଦର୍ଶକଙ୍କୁ ବେସ ପସନ୍ଦ ଆସିଥିଲା | ରାନୀ ମୁଖାର୍ଜୀଙ୍କ ବିନ୍ଦାସ ଅନ୍ଦାଜ ଅଥବା କମେଡି କ୍ୟାରେକ୍ଟର ଅର୍ଚ୍ଚନା ପୁରଣ ସିଂଙ୍କ ଅଭିନୟକୁ ଆଜି ବି ଫ୍ୟାନ ଉପଭୋଗ କରନ୍ତି ।

ସିନେମାର ୨୧ ବର୍ଷ ପୂର୍ତ୍ତିକୁ ନେଇ ମାୟାନଗରୀରେ ଅନୁଷ୍ଠିତ ହୋଇଛି ଏକ ଖାସ୍ କାର୍ଯ୍ୟକ୍ରମ । ଯେଉଁଠି ନିଦେ୍ର୍ଦଶକ କରଣ ଜୋହର୍ ଲିଡ୍ ଷ୍ଟାର୍ ଶାହରୁଖ୍, କାଜୋଲ୍ – ରାନୀଙ୍କ ସହ ଫିଲ୍ମର ବାକି କଳାକାର ବି ନଜର ଆସିଥିଲେ । ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟ ସବୁ ବଡ ବଡ ସେଲିବ୍ରେଟି ବି କୁଛ କୁଛ୍ ହୋତା ହୈର ଟ୍ୱେଂଟି ଇୟର୍ସ ସେଲିବ୍ରେସନରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର