କୁମାର ସାନୁଙ୍କ ଝିଅ ଦୀପିକାଙ୍କର ବଡ଼ ପ୍ରଶଂସକ; ତାଙ୍କ ପାଇଁ କରିବାକୁ ଚାହାନ୍ତି ଏହି କାମ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଠଶିଳ୍ପୀ କୁମାର ସାନୁଙ୍କ ଝିଅ ସାନନ ଅନ୍ୟତମ। ସେ ମଧ୍ୟ ବାପାଙ୍କ ପରି ଜଣେ କଣ୍ଠଶିଳ୍ପୀ । ସେ ଇଂରାଜି ଗୀତରୁ ତାଙ୍କର ସଂଗୀତ ଡେବ୍ୟୁ କରି ସାରିଛନ୍ତି। ମାତ୍ର ସେ ଜଣେ ଭାରତୀୟ ହୋଇଥିବାରୁ ହିନ୍ଦୀ ଗୀତ ଗାଇବାର ବିଶେଷ ଇଚ୍ଛା ରଖିଛନ୍ତି। ବିଶେଷ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ କଣ୍ଠ ଦେବା ପାଇଁ ସେ ଖୁବ୍ ଆଗ୍ରହୀ। ସେ କହିଛନ୍ତି କି ଦୀପିକାଙ୍କର ସେ ଜଣେ ବଡ଼ ପ୍ରଶଂସକ। ଦୀପିକାଙ୍କ ପାଇଁ ଗୀତ ଗାଇବାକୁ ସେ ବେଶ୍‌ ଉତ୍ସୁକ।

ସାନନଙ୍କର ହିନ୍ଦୀ ଗୀତ ଗାଇବାର ଉତ୍ସାହ ଦେଖି ତାଙ୍କ ବାପା କୁମାର ସାନୁ ତାଙ୍କୁ ଏବେ ଅଳ୍ପବହୁତ ଉର୍ଦ୍ଦୁ ପଢ଼ାଇବାରେ ଲାଗିପଡ଼ିଛନ୍ତି। ଫଳରେ ସେ ଯେମିତି ଶବ୍ଦର ଉଚ୍ଚାରଣ ଠିକ୍‌ ଭାବେ କରିପାରିବେ।

Hindi Rush

ସାନନ ଏବେ ଲସ୍‌ ଏଞ୍ଜେଲ୍‌ସରେ ରହୁଛନ୍ତି। ସେ ପ୍ରଥମେ ଇଂରାଜି ଗୀତରେ ଡେବୁ କରି ପରେ ସୋନୁ ନିଗମ୍‌ଙ୍କ ସହ ଗୀତ ଗାଇଛନ୍ତି। ସେ ହିମେଶ ରେସମିୟାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହିର୍‌’ ପାଇଁ ବି ଗୀତ ରେକର୍ଡ କରିଛନ୍ତି।

ସାନନ ଗଣମାଧ୍ୟମରେ କହିଛନ୍ତି କି, ‘ମୋତେ ବଲିଉଡ୍‌ ଖୁବ୍‌ ଆକର୍ଷିତ କରିଛି। ଯେବେ ବି ସୁଯୋଗ ମିଳିବ ମୁଁ ହିନ୍ଦୀ ଗୀତ ଗାଇବାକୁ ପସନ୍ଦ କରିବି। କୌଣସି ଅଭି‌ନେତ୍ରୀଙ୍କ କଣ୍ଠସ୍ବର ବନିବାକୁ ଚାହିଁବି। ବିଶେଷ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବର ବନିବାକୁ ଚାହିଁବି।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ସାନନ ହେଉଛନ୍ତି କୁମାର ସାନୁଙ୍କ ପୋଷ୍ୟ କନ୍ୟା ।

ସମ୍ବନ୍ଧିତ ଖବର