ଜି ଟିଭି ଧାରାବାହିକର ସଂସ୍କାରୀ ବୋହୂଙ୍କ ଟାେଓ୍ଵଲ ନାଚ ବେଳେ ଘଟିଲା ଅଘଟଣ: ନାୟିକାଙ୍କ ନାକ ଫାଟିଲା

ମୁମ୍ବାଇ : କିଛି ମାସ ପୂର୍ବରୁ ଜି ଟିଭିରେ ପ୍ରସାରଣ ଆରମ୍ଭ ହୋଇଛି ‘କୁଣ୍ଡଲୀ ଭାଗ୍ୟ’ ଧାରାବାହିକର ପ୍ରସାରଣ । ଏଥିରେ ମୁଖ୍ୟ ନାୟିକାଭାବେ ନଜର ଆସୁଛନ୍ତି ଶ୍ରଦ୍ଧା ଆର୍ଯ୍ୟ । ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶ୍ରଦ୍ଧା ଏହି ଧାରାବାହିକ ଆରମ୍ଭ ହେବା ପରେ ଦର୍ଶକଙ୍କ ଠାରୁ ଆହୁରି ଭଲପାଇବା ପାଇଛନ୍ତି । ସବୁବେଳେ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଶ୍ରଦ୍ଧା ଏବେ ନିଜ ଟାେଓ୍ଵଲ ଡ଼୍ୟାନ୍ସ ଭିଡ଼ିଓ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ଏହି ଭିଡ଼ିଓରେ ସେ ନିଜ ସାଙ୍ଗମାନଙ୍କ ସହ ରାଣୀ ମୁଖାର୍ଜୀ ଏବଂ ପ୍ରୀତି ଜିଣ୍ଟାଙ୍କ ଫିଲ୍ମର ଏକ ଗୀତରେ ନାଚୁଥିବାର ଦେଖିବାକୁ ମଳିଛି । ରାଣୀ ମୁଖାର୍ଜୀ ଏବଂ ପ୍ରୀତି ଜିଣ୍ଟାଙ୍କ ଗୀତ ‘ପିୟା ପିୟା….’ରେ କରିଥିବା ଷ୍ଟେପ୍‌କୁ କପି କରିବା ସହ ନିଜ ଦୁଇ ଜଣ ସାଙ୍ଗଙ୍କ ସହ ଟାେଓ୍ଵଲ ପିନ୍ଧି ଶ୍ରଦ୍ଧା ନାଚିଛନ୍ତି । କିନ୍ତୁ ନାଚୁଥିବା ବେଳେ ଭୁଲବଶତଃ ତାଙ୍କ ସାଙ୍ଗର ହାତ ତାଙ୍କ ମୁହଁରେ ବାଜି ଯିବାରୁ ତାଙ୍କ ନାକରେ ଗଭୀର ଆଘାତ ଲାଗିଥିଲା ବୋଲି ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏହି ଭିଡ଼ିଓଟି ଶ୍ରଦ୍ଧା ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଥିବା ବେଳେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ନିଜ ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ । ଏହି ଭିଡିଓ ଅପ୍‌ଲୋଡ୍‌ ହେବା ପରେ ୨.୫ ମିଲିୟନ ଲୋକ ଦେଖିଥିବା ବେଳେ ଏହା ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର