ଘରେ ଅଭିଷେକ ବଚ୍ଚନ କାହାକୁ ବେଶି ଡରନ୍ତି? ପତ୍ନୀ ଏବଂ ମା’ଙ୍କ ମଧ୍ୟରୁ ଜଣକୁ ବାଛିଲେ ଅଭିଷେକ, ମିଛ ବୋଲି ପ୍ରମାଣ କଲେ ଭଉଣୀ ଶ୍ୱେତା

ମୁମ୍ବାଇ : କଫି ଉଇଥ୍‌ କରଣର ସିଜିନ୍‌-୬ ଏବେ ଆସୁଥିବା ଅତିଥିମାନଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲ ମହିଳାମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । କିଛି ଲୋକ ସୋ’ର ହୋଷ୍ଟ କରଣ ଜୋହରଙ୍କୁ ମଧ୍ୟ ଏ ନେଇ ଦାୟୀ କରିଥିଲେ । ଏବେ ଅଭିନେତା ଅଭିଷେକ ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, କଫି ଉଇଥ୍‌ କରଣର ସିଜିନ୍‌-୬ରେ ଅତିଥି ହୋଇ ଯୋଗ ଦେଇଥିଲେ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ଭଉଣୀ ଶ୍ୱେତା ବଚ୍ଚନ । ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିବା ବେଳେ ପଚରା ଯାଇଥିବା ଗୋଟେ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

 

View this post on Instagram

 

The Bachchan siblings bring their A-Game to the Kouch. It’s #KoffeeWithBachchans this week on #KoffeeWithKaran.

A post shared by Star World (@starworldindia) on

ସୂଚନା ମୁତାବକ, କରଣ ଅଭିଷେକଙ୍କୁ ତୁମେ ଘରେ କାହାକୁ ଡ଼ର ବୋଲି ପଚାରିବା ସହ ବିକଳ୍ପରେ ମା’ ଜୟା ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ଦେଇଥିଲେ । ପ୍ରଶ୍ନର ଉତ୍ତର ରଖି ଅଭିଷେକ ଜୟା ବଚ୍ଚନଙ୍କ ନାଁ କହିଥିଲେ । ସଙ୍ଗେ ସଙ୍ଗେ ଭଉଣୀ ଶ୍ୱେତା ଅଭିଷେକଙ୍କ ଉତ୍ତରକୁ ଭୁଲ ବୋଲି କହି ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଡ଼ରନ୍ତି ବୋଲି କହିଥିଲେ । ଏହ ପରେ ଅଭିଷେକ, ପ୍ରଶ୍ନଟି ମୋତେ ପଚରା ଯାଇଥିଲା, ଯାହାର ଉତ୍ତର ମୁଁ ହିଁ ଦେବି ବୋଲି ଶ୍ୱେତାଙ୍କୁ କହିଥିଲେ ।

ସମ୍ବନ୍ଧିତ ଖବର