ବିନା ଆପତ୍ତିରେ ଯୌନଉଦ୍ଦୀପକ ଦୃଶ୍ୟରେ ଅଭିନୟ ଲାଗି ଚୁକ୍ତି ସ୍ୱାକ୍ଷର କରିବାରେ ପ୍ରଥମ ବଲିଉଡ୍‌ ଅଭିନେତ୍ରୀ କାଏରା

ଶୋଭା ଓ ଏକତା କପୁର ପ୍ରଯୋଜିତ ଫିଲ୍ମ ‘ଟ୍ରିପଲ୍‌ ଏକ୍‌ସ’ ମୁକ୍ତିଲାଭ ଅପେକ୍ଷାରେ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କାଏରା ଦତ୍ତ। ଏହା ତାଙ୍କର ଚତୁର୍ଥ ହିନ୍ଦୀ ଫିଲ୍ମ। ପ୍ରଯୋଜନା ସଂସ୍ଥା ପକ୍ଷରୁ ସର୍ତ୍ତ ଥିଲା, ଯେଉଁ ଅଭିନେତ୍ରୀ ଏଥିରେ ଅଭିନୟ କରିବେ, ସେ ନଗ୍ନ ଦୃଶ୍ୟ ବାବଦରେ କୌଣସି ଆପତ୍ତି ଉଠାଇପାରିବେନାହିଁ। ଆଉ କାୟରା ଲିଖିତ ଭାବେ ସର୍ତ୍ତ ଗ୍ରହଣ କରିଥିଲେ। ଏ ଭଳି କରିବାରେ ସେ ହେଉଛନ୍ତି, ପ୍ରଥମ ଭାରତୀୟ ଅଭିନେତ୍ରୀ।

ଫିଲ୍ମର କାହାଣୀ ପାଞ୍ଚଟି ଯୌନ ସଂପର୍କ ଉପରେ ଆଧାରିତ। କୋଲକାତା ଜନ୍ମିତ କାୟରା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲେ ‘ରକେଟ୍‌ ସିଂହ: ସେଲ୍‌ସମ୍ୟାନ୍‌ ଅଫ୍‌ ଦ ଇଅର୍‌’ରେ। ଏଥିରେ ତାଙ୍କ ଭୂମିକା ଅତି ସଂକ୍ଷିପ୍ତ ଥିଲା। ତାହା ପରେ ବିଭିନ୍ନ ଭାଷାର ଗୁଡ଼ିଏ ଫିଲ୍ମରେ ସେ କେବଳ ଆଇଟମ୍‌ ନମ୍ବର୍‌ ପରିବେଷଣ କରିଥିବା ଜଣାଯାଏ। ୨୦୧୫ରେ ମୁକ୍ତିଲାଭ କରିଥିବା ‘କାଲେଣ୍ଡର୍‌ ଗଲ୍‌ର୍ସ’ରେ ମଧ୍ୟ ସେ ଅଭିନୟ କରିଥିଲେ। ତେବେ, ଫିଲ୍ମଟି ଭଲ ଚାଲି ନ ଥିଲା। ୨୦୦୯ରୁ ଗ୍ଲାମର୍‌ ଦୁନିଆରେ ସକ୍ରିୟ ଥିବା କାୟରା ବଲିଉଡ୍‌ରେ ଏ ଯାଏ ବିଶେଷ ସଫଳତା ପାଇପାରିନାହାନ୍ତି। ଦେଖାଯାଉ, ଏକତାଙ୍କ ରାସ୍ତାରେ ଯାଇ, ଆଗକୁ ସେ କ’ଣ ପାଉଛନ୍ତି!

ସମ୍ବନ୍ଧିତ ଖବର