‘କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି’ର ନିର୍ଦ୍ଦେଶକଙ୍କ ପରଲୋକ

0 353

ନୂଆଦିଲ୍ଲୀ: ଷ୍ଟାର ଟିଭିରେ ପ୍ରସାରିତ ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି’ର ନିର୍ଦ୍ଦେଶକ ତଲତ ଜନୀଙ୍କର ଅକ୍ଟୋବର ୯ତାରିଖରେ ପରଲୋକ ଘଟିଛି। ଅକ୍ଟେବାର ୬ତାରିଖ ଦିନ ଗାଧୁଆ ଘରେ ପଡ଼ି ଯିବାରୁ ତାଙ୍କୁ ଭସାଇସ୍ଥିତ ଆଇଏଏସ୍‌ ଆଇଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ଜାନି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତଲତ ଜାନୀ ତାଙ୍କ କ୍ୟାରିୟରରେ ୧୨ଟି ଲୋକପ୍ରିୟ ଟେଲି ସୋ’ର ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରେ ରହିଛି ‘ତୁଝ ସଙ୍ଗ ପ୍ରୀତ ଲଗାଇ ସଜ୍‌ନା’, ‘ଖ୍ଵାହିସ’, ‘ସନ୍ନାଟା’, ‘ଜୀନା ସିର୍ଫ ମେରେ ଲିୟେ’, ‘ହୀନା’, ‘ତାକତ୍‌’, ‘ରଙ୍ଗ’ ଓ ‘ଫତେ’।

ଉଲ୍ଲେଖଯୋଗ୍ୟ କି, ବର୍ତ୍ତମାନର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ୱୃତି ଇରାନି ‘କ୍ୟୁଁ କି …’ରେ ତୁଲସୀ ଚରିତ୍ରରେ ଅଭିନୟ କରିବା ପରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.