କୃଷକମାନଙ୍କ ଉପରେ ଫିଲ୍ମ ତିଆରି କରିବେ ଅକ୍ଷୟ କୁମାର

ମୁମ୍ବାଇ: ମହିଳାମାନଙ୍କର ସାଧାରଣ ସମସ୍ୟାକୁ ନେଇ ତିଆରି ହୋଇଥିବା ଦୁଇଟି ହିନ୍ଦୀ ସିନେମାରେ କାମ କରିଥିଲେ ଅକ୍ଷୟ କୁମାର। ଏ ଦୁଇଟି ସିନେମା ହେଲା ‘ପ୍ୟାଡ଼ମ୍ୟାନ୍‌’ ଓ ‘ଟଏଲେଟ୍‌ -ଏକ ପ୍ରେମ୍‌ କଥା’।
ଏଥିମଧ୍ୟରୁ ‘ଟଏଲେଟ୍‌ ଏକ ପ୍ରେମ୍‌ କଥା’ ହେଲା ମହିଳାମାନେ ବାହାରେ ଶୌଚ କରୁଥିବା ସମସ୍ୟା ଉପରେ ଆଧାରିତ। ଅନ୍ୟପକ୍ଷରେ ‘ପ୍ୟାଡ଼୍‍ ମ୍ୟାନ୍‌’ ଥିଲା ଋତୁସ୍ରାବ ସମୟରେ ମହିଳାମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ପଡ଼ୁଥିବା ଜିନିଷ ପ୍ୟାଡ଼୍‍ ସଂପର୍କୀତ କାହାଣୀ ଉପରେ ଆଧାରିତ ସିନେମା।
ଏ ଦୁଇ ସାମାଜିକ ସମସ୍ୟା ସମ୍ବଳିତ କାହାଣୀକୁ ନେଇ ଫିଲ୍ମ କରିବାପରେ ଅକ୍ଷୟ କୁମାର ଯୌତୁକ ସମସ୍ୟା ଉପରେ ଏକ ସିନେମା ତିଆରି କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମର ଟାଇଟଲ୍‌ ଘୋଷଣା କରିଛନ୍ତି।ଏହାର ଟାଇଟଲ୍‌ ହେଲା ‘ଲଖ୍‌ପତି କିସାନ୍‌’।
ଏହାର କଥାବସ୍ତୁ ଜଣେ ଏଭଳି କୃଷକର,ଯିଏ କି ଘରେ ଝିଅ ଜନ୍ମ ହେଲେ ୧୧୧ଟି ଗଛ ଚାରା ଲଗାଇ ଥାଆନ୍ତି। ଯଦି ସାରା ଭାରତରେ ଲୋକେ ଏମିତି କରନ୍ତେ,ତେବେ ପରିବେଶ ସମେତ କେତେ ସମସ୍ୟା ରହନ୍ତା ନାହିଁ ବୋଲି ଅକ୍ଷୟ କହିଛନ୍ତି।

photo-indiatvnews.com

ଅକ୍ଷୟ କୁମାର କହିଛନ୍ତି ଏଭଳି ସଚେତନଧର୍ମୀ ସିନେମା ନିର୍ମାଣ କରିବା କଷ୍ଟକର,କାରଣ ଭଲ କାହାଣୀ ମିଳେ ନାହିଁ। ସେ ଖୁବ୍‌ ଖୁସି ଯେ କୃଷକଙ୍କ ଉପରେ ଏକ ଫିଲ୍ମ ତିଆରି କରିଛନ୍ତି। ଆଗକୁ ବି ସେ ଏଭଳି ଭଲ ସିନେମାରେ କାମ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର