ରାନୁ ମଣ୍ଡଳଙ୍କ ସଫଳତା ଦେଖି ଲତାଜୀଙ୍କ ପ୍ରତିକ୍ରିୟା: କାହାର ନକଲ କରି ପାଇଥିବା ସଫଳତା ଅଧିକ ଦିନ ତିଷ୍ଠି ପାରେନା

ମୁମ୍ବାଇ : ବଲିଉଡ୍‌ର କୋକିଳକଣ୍ଠୀ  ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ । ‘ଏକ ପ୍ୟାର୍‌ କା ନଗ୍‌ମା ହେ..’ ଗୀତ ଗାଇ ରାତାରାତି ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳଙ୍କ ସଫଳତା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ତେବେ ଯାହାଙ୍କ ଗୀତ ଗାଇ ସେ ଚର୍ଚ୍ଚିତ ହୋଇଛନ୍ତି, ଏବେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

'किसी की नकल करना सफलता के लिए विश्वसनीय नहीं'
oneindia.com

‘ଏକ ପ୍ୟାର୍‌ କା ନଗ୍‌ମା ହେ..’ର ଗାୟିକା ଲତାଜୀ ରାନୁଙ୍କ ସଫଳତାକୁ ନେଇ କହିଛନ୍ତି, “ଯଦି ମୋର ନାଁ ଓ କାମକୁ ନେଇ କିଏ ଉପରକୁ ଯାଉଛି, ତେବେ ମୁଁ ବହୁତ ଖୁସି । କିନ୍ତୁ ମୋତେ ଏହା ବି ଲାଗୁଛି କି, କାହାର ନକଲ କରି ସଫଳ ହେବା ସହଜ । କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ସେହି ସଫଳତା ତିଷ୍ଠି ରହି ପାରେନା । ମୋ ଗୀତ ଗାଇ ବା ଅନ୍ୟ କୌଣସି ବଡ଼ ବଡ଼ କଣ୍ଠଶିଳ୍ପୀଙ୍କ ଗୀତ ଗାଇ କିଛି ସମୟ ପାଇଁ ଜଣେ ଶ୍ରୋତାଙ୍କୁ ଆକର୍ଷିତ କରି ପାରିବ । କିନ୍ତୁ ତାହା ଅଧିକ ଦିନ ପର୍ଯ୍ୟନ୍ତ ରହି ନ ଥାଏ।”

ସମ୍ବନ୍ଧିତ ଖବର