ପୁରୁଣା ଗୀତର ରିମିକ୍ସ କରାଯିବା ଉପରେ କଡ଼ା ପ୍ରତିକ୍ରିୟା ରଖିଲେ ଲତା ମଙ୍ଗେସ୍‌କର୍‌; କହିଲେ ଏଗୁଡ଼ାକ ଖୁବ୍ ବିରକ୍ତିକର ଓ ମୁଁ ଶୁଣେନାହିଁ

ମୁମ୍ବାଇ: ଲତା ମଙ୍ଗେସକର୍‌ଙ୍କ ‘ଚଲ୍‌ତେ ଚଲ୍‌ତେ ୟୁହିଁ କୋଇ ମିଲ୍‌ ଗୟା ଥା’ ଗୀତ ଶୁଣିଛନ୍ତି?  ଯଦି ଶୁଣିଥିବେ ତ ସଂଗୀତ କାହାକୁ କୁହାଯାଏ ତାହାର ଅର୍ଥ ଆପଣ ସେଇଥିରୁ ହିଁ  ବୁଝି ଯାଇଥିବେ। ଅନେକ ପୁରୁଣା ହିନ୍ଦୀ ଗୀତର ରିମିକ୍ସ କରାଯିବା ପରି ଏହି ଗୀତଟିର ବି ଚଳଚ୍ଚିତ୍ର ‘ମିତ୍ରୋ’ ପାଇଁ ରିମିକ୍ସ  କରାଯାଇଛି। ଏହାକୁ ଗାଇଛନ୍ତି ପାକିସ୍ତାନୀ କଣ୍ଠଶିଳ୍ପୀ ଅତିଫ୍‌ ଅସ୍‌ଲମ୍‌।

ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ‘ପାକିଜା’ ଚଳଚ୍ଚିତ୍ରରେ ଏହି ଗୀତଟି ପାଇଁ କଣ୍ଠଦାନ କରିଥିବା କୋକିଳକଣ୍ଠି ଲତା  ମଙ୍ଗେସ୍‌କର୍‌  ଏଯାବତ୍‌ ଏହାର ରିମିକ୍ସ ଭର୍ସନକୁ ଶୁଣିନାହାନ୍ତି। କେବଳ ସେତିକି ନୁହେଁ, ସେ କହିଛନ୍ତି କି, ‘ମୁଁ ଏହାକୁ ଶୁଣିବାକୁ ଚାହୁଁନାହିଁ। ଆଜିକାଲି ଯେଉଁଭଳି ଭାବେ ପୁରୁଣା ଗୀତକୁ ରିମିକ୍ସ କରାଯାଉଛି ତାହା ବିରକ୍ତିକର। ଚାଲିଥିବା ଏହି ରିମିକ୍ସ ଟ୍ରେଣ୍ଡ୍‌ ମୋତେ ଦୁଃଖି କରାଉଛି। ମୁଁ ଶୁଣିଛି ଯେ ‘ଚଲ୍‌ତେ ଚଲ୍‌ତେ ୟୁହିଁ କୋଇ ମିଲ୍‌ ଗୟା ଥା’ ଗୀତର କେତୋଟି ଶବ୍ଦ ମଧ୍ୟ ବଦଳା ଯାଇଛି, ଯାହାକି ବାସ୍ତବରେ ଖୁବ୍‌ ନିମ୍ନ ଧରଣର।’

ସମ୍ବନ୍ଧିତ ଖବର