ଚିନ୍ତାରେ କଙ୍ଗନା : ବାୟୋପିକ୍‌ ଉପରେ ରୋକ୍‌ ଲଗାଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜୟଲଳିତାଙ୍କ ଭାଣିଜୀ

ନୂଆଦିଲ୍ଲୀ : ଚିନ୍ତାରେ କଙ୍ଗନା । ବନ୍ଦ ହୋଇପାରେ ତାଙ୍କ ଫିଲ୍ମ ଜୀବନର ସବୁଠାରୁ ବଡ଼ ଫିଲ୍ମ ‘ଥଲାଇବୀ’ର ସୁଟିଂ । ଦିବଂଗତ ରାଜନେତା ଜୟଲଳିତାଙ୍କ ଜୀବନୀକୁ ନେଇ ଥଲାଇବୀ ଶୀର୍ଷକ ଫିଲ୍ମ ତିଆରି ହେଉଥିବା ବେଳେ ଏବେ ଏହା ବିରୋଧରେ ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜୟଲଳିତାଙ୍କ ଭାଣିଜୀ ଦୀପା । ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ଏଏଲ ବିଜୟ ନେଇଥିବା ବେଳେ ଏବେ ଏହି ଖବର ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

kangana ranaut
amarujala.com

ଟାଇମ୍ସ ନାଓର ଏକ ରିପୋର୍ଟ ମୁତାବକ, ଦୀପା ଫିଲ୍ମ ‘ଥଲାଇବୀ’ ଉପରେ ରୋକ୍‌ ଲଗାଇବା ପାଇଁ ଦାବି କରିଛନ୍ତି । ଏହା ସହ ଏକ ୱେବ୍‌ ସିରିଜ୍‌କୁ ନେଇ ମଧ୍ୟ ସେ ଆପତ୍ତି କରିଥିବା ଜଣା ପଡ଼ିଛି । ତେବେ ରୋକ୍‌ ଲଗାଇବା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟ ପକ୍ଷରେ ଗତ ସେପ୍ଟେମ୍ବରରୁ ଫିଲ୍ମ ପାଇଁ କଙ୍ଗନା ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ କିଛି ଦିନ ତଳେ ସେ ଫିଲ୍ମ ପାଇଁ ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ ନେଉଥିବାର ଦେଖାଯାଇଥିଲା । ଲଗାତାର ଦୁଇଟି ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ ଏବଂ ‘ମଣିକର୍ଣ୍ଣିକା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରି ନ ଥିବା ବେଳେ ‘ଥଲାଇବୀ’ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଥିଲେ କଙ୍ଗନା ।

ସମ୍ବନ୍ଧିତ ଖବର