ଲିକ୍‌ ହେଲା ‘ରେସ୍‌-୩’ରେ ଥିବା ସଲମାନନ୍‌ଙ୍କ ଆକ୍ସନ୍‌ ଭିଡିିଓ

ମୁମ୍ବାଇ : ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ରେସ୍‌-୩’କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ତତ୍ପରତା ବଢ଼ି ଚାଲିଛି । କିଛି ଦିନ ତଳେ ଫିଲ୍ମରେ ନଜର ଆସିବାକୁ ଥିବା ସମସ୍ତ କଳାକାରଙ୍କର ଫଟୋ ରିଲିଜ ହେବା ପରେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଅନାଇ ବସିଛନ୍ତି । ଏହି ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟ ଆଗରୁ ରିଲିଜ ହୋଇଥିବା ଆକ୍ସନ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ ବୋଲି କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜି ଥିବା ରେମୋ ଡ଼ି’ସୁଜା ଦାବି କରିଥିବା ବେଳେ ଫିଲ୍ମର ଏକ ଭିଡ଼ିଓ ଲିକ୍‌ ହୋଇଛି । ଯେଉଁଥିରେ ସଲମାନ କିଛି ଆକ୍ସନ ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି ।

ଏହି କିଛି ସେକେଣ୍ଡର ଦୃଶ୍ୟ ଦେଖିବା ପରେ ଫିଲ୍ମ କେଉଁ ନୂଆ ନୂଆ ଆକ୍ସନ୍‌ ସିକ୍ୟୁଏନ୍ସ ରଖାଯାଇଛି ତାହା ଦେଖିବା ପାଇଁ ଲୋକମାନଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି । ଲିକ୍‌ ହୋଇଥିବା ଭିଡ଼ିଓରେ ସଲମାନ ଗୋଟେ ହାତରେ ବାଇକ୍‌ ଧରିଥିବା ବେଳେ ଅନ୍ୟ ହାତରେ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଛି । ଏହି ୨ ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ କଳ୍ପନାଜଳ୍ପନା ଆସିଛି । ଅନ୍ୟ ପକ୍ଷରେ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ, ଜାକଲିନ୍‌ ଫର୍ଣ୍ଣାଡ଼ିଜ୍‌,ଡ଼େଜି ଶାହା,ବବି ଦେଓଲ, ସାକ୍ୟୁବ୍‌ ସଲିମ୍‌ ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର