ଗର୍ଲଫ୍ରେଣ୍ଡଙ୍କ ସହିତ ରହିବା ପାଇଁ ପିତାଙ୍କ ଘର ଛାଡ଼ିଲେ ବରୁଣ ଧଓ୍ଵନ

ମୁମ୍ବାଇ: ବଲିଉଡ୍‌ର ବିଶିଷ୍ଟ ନିର୍ଦ୍ଦେଶକ ଡ଼େଭିଡ଼ ଧଓ୍ଵନଙ୍କ ଅଭିନେତା ପୁଅ ବରୁଣ ଧଓ୍ଵନ ଆଜିକାଲି ତାଙ୍କ ପ୍ରେମକାହାଣୀକୁ ନେଇ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କୁ ଅନେକ ସ୍ଥାନରେ କଥିତ ଗର୍ଲଫ୍ରେଣ୍ଡ ନତାଶା ଦଲାଲାଙ୍କ ସହିତ ଦେଖିବାକୁ ମିଳୁଛି। ତେବେ ଏହି ବିଷୟରେ ମିଡ଼ିଆରେ ଅନେକ ଥର ତାଙ୍କୁ ପ୍ରଶ୍ନ କରାଯାଇଥିଲେ ମଧ୍ୟ ସେ ସବୁବେଳେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିଛନ୍ତି। ନିକଟରେ ଆସିଥିବା ମିଡ଼ିଆ ସୂଚନା ଅନଯାୟୀ , ବରୁଣ ଧଓ୍ଵନ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହିତ ରହିବା ପାଇଁ ପିତା ଡ଼େଭିଡ଼ ଧଓ୍ଵନଙ୍କ ଘର ଛାଡ଼ି ଏକ ନୂତନ ଆପାର୍ଟମେଣ୍ଟକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏ ନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଥିଲେ , ଯେଉଁଥିରେ ନତାଶା ତାଙ୍କ ପାଖରେ ବସିଥିବାର ଦେଖାଯାଇଥିଲା ।

YouTube

ବରୁଣ ଘର ଛାଡ଼ି ନୂତନ ଘର କିଣିବା ପଛରେ ପ୍ରକୃତ କାରଣ ଗର୍ଲଫ୍ରେଣ୍ଡ ନତାଶା ବୋଲି ଜଣାପଡ଼ିଛି। କାରଣ ନତାଶାଙ୍କୁ ପ୍ରଥମରୁ ହିଁ ବଡ଼ ପରିବାର ସହିତ ରହିବା ପସନ୍ଦ ନ ଥିଲା । ଏଣୁ ନତାଶାଙ୍କ ସହିତ ରହିବା ପାଇଁ ବରୁଣ ନିଜ ଘର ପାଖରେ ଏକ ନୂତନ ଆପାର୍ଟମେଣ୍ଟ ଖରିଦ କରିଛନ୍ତି। ନିକଟରେ ବରୁଣ ଏହାର ଗୃହପ୍ରବେଶର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହି ଗ୍ରୁପ୍‌ ଫଟୋରେ ତାଙ୍କ ସହିତ ନତାଶା ବସିଥିବାର ଦେଖାଯିବା ସହ ଏହି ଘରେ ତାଙ୍କ ସହିତ ନତାଶା ଲିଭ-ଇନ୍‌ରେ ରହୁଥିବାର ସୂଚନା ମିଳିଛି। ଦୁହେଁ ବହୁ ସମୟରୁ ପରସ୍ପରକୁ ଡେଟ କରୁଥିବା ନେଇ ଜଣାପଡ଼ିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ବରୁଣ ସର୍ବଦା ନତାଶାଙ୍କୁ ସୁରକ୍ଷିତ ଭାବେ ରଖିବାକୁ ଚାହାଁନ୍ତି ଏବଂ ସେ ଜଣେ ସାଧାରଣ ଝିଅ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର