ଶାନଦାର୍‌ ଜୀବନଶୈଳୀ ପାଇଁ ଏବେ ପୁଣି ଚର୍ଚ୍ଚାରେ ଏହି ବଲିଉଡ ନାୟିକା

ହାତରେ ଫିଲ୍ମ ନ ଥାଇ କି ଆକ୍ଟିଂ ବା ମଡେଲିଂରୁ ଏବେ ଭଲ ରୋଜଗାର କରୁନ ଥିବା ବଲିଉଡର ହିରୋଇନ୍‌ ଅମିଷା ଏବେ ବି ବେଶ୍‌ ଶାନଦାର୍‌ ଜୀବନଶୈଳୀ ଅତିବାହିତ କରୁଛନ୍ତି । ଅମିଷା ଏବେ ଯେଉଁ ବ୍ୟାଗ୍‌ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ୭୭୫ ଡଲାର୍‌ ଅର୍ଥାତ୍‌ ୫୦୭୧୩ ଟଙ୍କା ବୋଲି କୁହାଯାଉଛିି । ଠିକ୍‌ ସେହି ପରି ସେ ଯେଉଁ ଷ୍ଟାଫ୍‌ ବ୍ୟବହାର କରୁଛନ୍ତି, ତାର ମୂଲ୍ୟ ବି କିଛି କମ୍‌ ନୁହେଁ । ଏଠାରେ ଅମିଷାଙ୍କର ଯେଉଁ ହ୍ୟାଣ୍ଡ୍‌ବ୍ୟାଗ୍‌ କଥା କୁହାଯାଉଛି, ତାହା ଭର୍ସେସ୍‌ ଚାଓସ୍‌’ ବ୍ରାଣ୍ଡର । ଖାଲି ସେତିକି ନୁହେଁ, ଅମିଷା ପଟେଲ୍‌ଙ୍କୁ ଏବେ ବଡ଼ ବଡ଼ ବଲିଉଡ୍‌ ପାର୍ଟିରେ ବି ଦେଖିବାକୁ ମିଳୁଛି । ଏମିତି କି ଅନେକ ପାର୍ଟିରେ ନିମନ୍ତ୍ରିତ ହୋଇ ନଥିଲେ ପହଞ୍ଚିଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି ।
ଅମିଷା ପଟେଲ୍‌ କିଛି ବର୍ଷ ତଳେ ବଲିଉଡର ଜଣେ ଟପ୍‌ ହିରୋଇନ୍‌ ଭାବେ ପରିଗଣିତ ହେଉଥିଲେ । ହେଲେ ଏବେ ତାଙ୍କ ହାତରେ ଗୋଟିଏ ବି ସିନେମା ନାହିଁ । ଖାଲି ସେତିକି ନୁହେଁ ଦୀର୍ଘ ଚାରି ବର୍ଷ ହେବ ତାଙ୍କୁ କୌଣସି ହିନ୍ଦୀ ଫିଲ୍ମରେ ଦେଖିବାକୁ ପାଇନାହାଁନ୍ତି ଦର୍ଶକ । ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ସିନେମା ହେଲା ୨୦୧୩ରେ ରିଲିଜ୍‌ ହୋଇଥିବା ‘ ଶର୍ଟକଟ୍‌ ରୋମିଓ’ ।
ସେ ବଲିଉଡ୍‌ରେ ପ୍ରଖ୍ୟାତ୍‌ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ବ୍ଲକ୍‌ବଷ୍ଟର ମୁଭି‘ କହୋ ନା ଫ୍ୟାର୍‌ ହେ’ ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାପରେ ଅମିଷା ‘ ଗଦ୍ଦର ଏକ ପ୍ରେମ୍‌ କଥା’, ‘ ହମ୍‌ରାଜ’, ‘ ଆପ୍‌ ମୁଝେ ଅଚ୍ଛେ ଲଗ୍‌ନେ ଲଗେ’, ‘ ସୁନୋ ଶଶ୍ୱରଜୀ’, ‘ ଓ୍ଵାଦା’, ‘ କ୍ରାନ୍ତି’, ‘ ମଙ୍ଗଲ ପାଣ୍ଡେ-ଦ ରାଇଜିଂ ’, ‘ ଆପ କି ଖାତିର ’, ‘ ୟେ ହେ ଜଲଓ୍ଵା’, ତଥାସ୍ତୁ, ହନିମୁନ ଟ୍ରାଭେଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ , ଭୁଲ୍‌ ଭୁଲେୟା ଓ ରେସ୍‌ -ଟୁ ଆଦି ସିନେମାରେ ଅଭିନୟ କରିଥିଲେ ।
ଅମିଷା ପଟେଲ୍‌ ବେଶ୍‌ କେତୋଟି ତେଲୁଗୁ ଓ ତାମିଲ ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ୨୦୧୧ରେ ସେ ବିଜିନେସ୍‌ ପାର୍ଟନର୍‌ କୁନାଲ୍‌ ଗୁମରଙ୍କ ସହିତ ମିଶି ଅମିଷା ପଟେଲ୍‌ ପ୍ରଡକ୍ସନସର ଶୁଭାରମ୍ଭ କରିଥିଲେ । ଏହି ବ୍ୟାନର ଦୁଇଟି ଭିନ୍ନ ଭିନ୍ନ ଫିଲ୍ମର ନିର୍ଦ୍ଦେଶନା ଦେବା ଲାଗି ଯଥାକ୍ରମେ ଡେଭିଡ ଧଓ୍ଵନ୍‌ ଓ ପ୍ରିୟଦର୍ଶନଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା । କିନ୍ତୁ ଏହି ଦୁଇଟି ସିନେମାର କାମ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇପାରିନଥିଲା। ପ୍ରକାରାନ୍ତରେ କହିବାକୁ ଗଲେ ଅମିଷାଙ୍କ ପ୍ରଯୋଜିକା ହେବାର ଅଭିଳାଷ ପୂରଣ ହୋଇନାହିଁ।

photo- timesofindia

ଅମିଷା ପଟେଲ୍‌ ନିଜର ଆଫେଆରକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ତାଙ୍କର ପ୍ରେମ ସଂପର୍କ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର