ବଲିଉଡ୍ ଅଭିନେତ୍ରୀଙ୍କୁ ନିଜ ଦୁଃଖ ଜଣାଇଲେ ଦେହଜୀବୀ: ସ୍ୱାମୀ ଏବଂ ପିଲାମାନଙ୍କ ଆଗରେ ସବୁ କିଛି କରିବାକୁ ପଡ଼ିଥାଏ
ମୁମ୍ବାଇ: ଶୁକ୍ରବାର ରିଲିଜ୍ ହୋଇଛି ଫିଲ୍ମ ଲଭ୍ ସୋନିଆ । ଯେଉଁଥିରେ ଯୁବତୀମାନଙ୍କୁ ଅପହରଣ କରାଯାଇ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରାଯାଉ ଥିବାର ଦୃଶ୍ୟ ଦେଖା ଯାଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ମୃଣାଲ ଠାକୁର । ମୃଣାଲ ପ୍ରଥମେ ଧାରାବାହିକରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ବେଳେ ଏହା ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ବୋଲି ଜଣା ପଡ଼ିଛି । ତେବେ ଏହି ଫିଲ୍ମ କରିବା ପୂର୍ବରୁ ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ କୋଲକାତାରେ ଥିବା ସୋନାଗାଛି ଯାଇ ସେଠାରେ ଥିବା ଦେହଜୀବୀଙ୍କ ସହ ମିଶିଥିଲେ । ସେମାନଙ୍କ ଜୀବନ ଶୈଳୀକୁ ପାଖରୁ ଜାଣିବା ପାଇଁ ମୃଣାଳ ସେଠାକୁ ଯିବା ପରେ ସେମାନଙ୍କ ଜୀବନ ବଞ୍ଚିବାର ଶୈଳୀ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ଦେହଜୀବୀଙ୍କ ଠାରୁ, ଘରେ ଜାଗା ନଥିବାରୁ ସ୍ୱାମୀ ଏବଂ ପିଲାମାନଙ୍କ ସାମ୍ନାରେ ଅନ୍ୟ ପୁରୁଷ ସହ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼େ, ବୋଲି ଶୁଣିବା ପରେ ସେ ହତବାକ୍ ହୋଇ ଯାଇଥିଲେ । ଦିନକୁ ୩୦-୪୦ଜଣ ଗ୍ରାହକ ଆସୁଥିବା ବେଳେ ସେମାନେ ଦେଉଥିବା ଟଙ୍କା ବିଷୟରେ ଶୁଣି କିଛି ସମୟ ଚୁପ୍ ହୋଇ ଯାଇଥିଲେ ମୃଣାଲ । ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏହି ବିଷୟରେ କହିଥିବା ବେଳେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ଏହି ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିବା ବେଳେ ଫିଲ୍ମ ଦର୍ଶକ ଦେହଜୀବୀଙ୍କ ଜୀବନ ବିଷୟରେ ଭଲ ଭାବରେ ଦେଖିବାକୁ ପାଇବେ ।