ଓଲିଉଡକୁ ଫେରିଲେ ଏହି ବେଙ୍ଗଲି ବିଉଟି

0 2,066

ଭୁବନେଶ୍ୱର: ବେଙ୍ଗଲି ବିଉଟି ଲଭ୍‌ଲି ଓଲିଉଡର ଷ୍ଟାରସନ୍‌ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକାଭାବେ ଡେବ୍ୟୁ କରି ବେଶ୍‌ ଚର୍ଚ୍ଚିତା ହୋଇଥିଲେ । ତାଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ରୋମିଓ ଦ ଲଭର ବୟ’। ୨୦୦୯ରେ ରିଲିଜ୍‌ ହୋଇଥିବା ବ୍ରଜରାଜ ମୁିଭିଜ୍‌ର ଏହି ସିନେମାରେ ପ୍ରଥମ ଓ ଅନ୍ତିମ ଥର ପାଇଁ ବାବୁସାନ୍‌-ଲଭଲିଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ।
ଏବେ ବେଶ୍‌ କିଛି ଦିନର ବ୍ୟବଧାନରେ ଲଭ୍‌ଲି ପୁଣି ହିରୋଇନ୍‌ ରୋଲ୍‌ରେ ଓଲିଉଡକୁ ଫେରିଛନ୍ତି। ହଁ , ସେ ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ତୁ ମୋ’ ଡ୍ରିମ୍‌ଗାର୍ଲ’। ପି. ପ୍ରଭାକର ଏହାର ନିର୍ଦ୍ଦେଶକ ।

ଏଥିରେ ଲଭ୍‌ଲିଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରିୟା। କାହାଣୀ ଅନୁଯାୟୀ ନାୟକର ଜୀବନରେ ଚାରି ଜଣ ଯୁବତୀ ବିଭିନ୍ନ ପର୍ଯ୍ୟାୟରେ ପ୍ରବେଶ କରନ୍ତି। ଏମାନଙ୍କ ଭିତରୁ ସେ କାହାକୁ ନିଜର ଜୀବନସାଥୀ କରିବ ଓ କିଏ ତା’ର ଡ୍ରିମ୍‌ଗାର୍ଲ,ତାହା ଠିକ୍‌ କରିପାରେନା। କିନ୍ତୁ ପ୍ରିୟାଙ୍କୁ ପାଇବା ପରେ ନାୟକ ଅନୁଭବ କରେ ଯେ, ସେ ହିଁ ତାର ଡ୍ରିମ୍‌ ଗାର୍ଲ।


‘ତୁ ମୋ’ ଡ୍ରିମ୍‌ ଗାର୍ଲ’ରେ ନାୟକ ଭୂମିକାରେ ଅଛନ୍ତି ନବାଗତ ଶୁଭମ୍‌ ଗିରି। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ବ୍ୟତୀତ ମିହିର ଦାସ,ବରଦା ପ୍ରସନ୍ନ ଜେନା,ସରୋଜ ଦାସ,ବାବୁ ପ୍ରଧାନ,ପ୍ରଦ୍ୟୁମ୍ନ ଲେଙ୍କା,ଜୀବନ ପଣ୍ଡା ଦେବୁ ବ୍ରହ୍ମା,ପ୍ରିୟଙ୍କା ମହାପାତ୍ର, ପ୍ରତିଭା ପଣ୍ଡା ଓ ମମତା ପତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.