ପ୍ରଥମ ଥର ପାଇଁ  ଲଭଲିଙ୍କୁ ମିଳିଲା ଏହି ନାୟକଙ୍କ ସାଥ୍‌ 

ଭୁବନେଶ୍ୱର: ସବ୍ୟସାଚୀଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ ରିଲିଜ୍‌ ଅପେକ୍ଷାରେ ରହିଛି। ସମସ୍ତଙ୍କୁ ଜଣା ଯେ ‘ମାଲ୍‌ ମହୁ ଜୀବନ ମାଟି,ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ଏଲିନା ସାମନ୍ତରାୟ। ହେଲେ ଆପଣ କ’ଣ ଜାଣନ୍ତି ଯେ ଏହାର ଛତିଶଗଡ଼ି ଭର୍ସନରେ ଏଲିନା ନାହାଁନ୍ତି। ଏଥିରେ ସବ୍ୟସାଚୀଙ୍କ ନାୟିକା ଭାବେ ଅଭିନୟ କରିଛନ୍ତି ଓଲିଉଡର ଆଉ ଜଣେ ପରିଚିତା ଅଭିନେତ୍ରୀ । ସେ ହେଲେ ଲଭ୍‌ଲି।

ସବ୍ୟସାଚୀ -ଲଭଲିଙ୍କ ଯୋଡିର ଏହା ପ୍ରଥମ ସିନେମା। ଲଭଲି ଓଲିଉଡରେ ହିରୋଇନ୍‌ ଭାବେ ପ୍ରଥମେ ବାବୁସାନଙ୍କ ଅପୋଜିଟ୍‌ରେ ଫିଲ୍ମ ‘ରୋମିଓ ଦ ଲଭର ବୟ’ରେ କାମ କରିଥିଲେ। ତା’ପରେ ସେ ଅନୁଭବଙ୍କ ବିପକ୍ଷରେ ‘ଡନ୍‌’ରେ ନଜର ଆସିଥିଲେ। ଏହାପରେ ଲଭଲିଙ୍କୁ ଅରିନ୍ଦମ୍‌ଙ୍କ ସହିତ ‘ମିତରେ ମିତ’ରେ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ,ଲଭଲି ପପୁ ପମ୍‌ ପମ୍‌ଙ୍କ ବିପକ୍ଷରେ ‘ଚଉକା ଛକା’ରେ ବି ନାୟକି ବନିଥିଲେ। ସେ ‘ମୁଁଏକା ତୁମର’ସିନେମାରେ ‘ମାଲୋ ମଲି ବିଛା କାମୁଡିଲା ରାତିରେ କାଲି…’ଭଳି ଆଇଟମ୍‌ ନମ୍ବର ବି କରିଛନ୍ତି।‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ।

 

 

 

ସମ୍ବନ୍ଧିତ ଖବର